Categories: ଜାତୀୟ

ଗଣମାଧ୍ୟମକୁ ଭୟଭୀତ କରାଉଛନ୍ତି କେରଳ ସରକାର: ଭାଜପା…

ନୂଆଦିଲ୍ଲୀ,୫।୭ : କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବିରୋଧରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏକ ବଡ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ସିପିଏମ ସରକାର ଗୋଟିଏ ପରେ ଗୋଟିଏ ଅନେକ ସ୍କାମ ଦ୍ୱାରା ଘେରି ରହିଛନ୍ତି। ରାଜ୍ୟ ସରକାର ବାରମ୍ବାର ଗଣମାଧ୍ୟମ ଉପରେ କଟକଣା ଲଗାଉଛନ୍ତି। ଗଣମାଧ୍ୟମକୁ ଚୁପ କରିବା ପାଇଁ ସରକାର ଧମକ ମଧ୍ୟ ଦେଉଛନ୍ତି।

ଚନ୍ଦ୍ରଶେଖର କହିଛନ୍ତି ଗଣମାଧ୍ୟମକୁ ନୀରବ କରିବା ପାଇଁ ଆଇନ ବ୍ୟବହାର କରିଥିବାରୁ ଆମେ କଂଗ୍ରେସ ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛୁ। ମୁଁ ଭାବୁଛି କି କେରଳରେ ପିନାରାଇ ସରକାର କ’ଣ କରୁଛନ୍ତି ତାହା ଜାଣିବା ଦେଶର ଲୋକଙ୍କ ପାଇଁ ଜରୁରୀ ଅଟେ। ତାଙ୍କ ସିପିଏମ ସରକାର ଦୁର୍ନୀତିଗ୍ରସ୍ତ। ସେ ବାରମ୍ବାର ଗଣମାଧ୍ୟମକୁ କାହିଁକି ଧମକ ଦେଉଛନ୍ତି।

ନିକଟରେ କେରଳରେ କିଛି ଟିଭି ଚ୍ୟାନେଲ ଏବଂ ସେମାନଙ୍କ ଖବରଦାତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେମାନଙ୍କର କାର୍ଯ୍ୟାଳୟ ଏବଂ ଘର ଉପରେ ଚଢ଼ାଉ କରାଯାଉଛି। ୟୁଟ୍ୟୁବ ଚ୍ୟାନେଲକୁ ନୀରବ କରିବା ମାମଲା କୋର୍ଟରେ ଥିବାବେଳେ ପୋଲିସ ସେମାନଙ୍କ ଘରେ ଚଢ଼ାଉ କରିବା ପାଇଁ ଏହା ହେଉଛି ସଦ୍ୟତମ ଉଦାହରଣ।

ଯେଉଁମାନେ ବିବିସି ଡକ୍ୟୁମେଣ୍ଟାରୀ ଆମ ଦେଶରେ ଅଭିବ୍ୟକ୍ତିର ସ୍ବାଧୀନତା ବିଷୟରେ ବାରଣ କରି ଆମ ସରକାରକୁ ସମାଲୋଚନା କରୁଛନ୍ତି ସେମାନଙ୍କ ଦ୍ୱାରା ଏଭଳି କରାଯିବା ଠିକ ନୁହେଁ।

Share