Categories: ଜାତୀୟ

ନିପା ନେଇ ଆଲର୍ଟ ମୋଡରେ କେରଳ ସରକାର, ୧୯ ଟିମ ଗଠନ, ୧୧ ନମୁନା ନେଗେଟିଭ…

ଥରୁଭାନନ୍ତପୁରମ,୧୬।୯ : କେରଳରେ ନିପା ଭାଇରସ ରିପୋର୍ଟ ମିଳିବା ପରେ ପ୍ରଶାସନ ଆଲର୍ଟ ମୋଡରେ ଅଛି। ଏଭଳି ପରିସ୍ଥିତିରେ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ନିପା ଭାଇରସ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ପରୀକ୍ଷା ପାଇଁ ୧୧ ଟି ନମୁନା ପଠାଯାଇଥିଲା। ସେସବୁର ରିପୋର୍ଟ ନେଗେଟିଭ ଆସିଛି।

ଏପର୍ଯ୍ୟନ୍ତ ୬ ଟି ନମୁନା ପଜିଟିଭ ଆସିଛି। ଗତକାଲି ପର୍ଯ୍ୟନ୍ତ ରାଜ୍ୟରେ ନିପା ଭାଇରସ ସମ୍ବନ୍ଧୀୟ ମାମଲା ଚିହ୍ନଟ ହୋଇଥିଲା। ତେବେ ଏପର୍ଯ୍ୟନ୍ତ କୌଣସି ନୂତନ ମାମଲା ରିପୋର୍ଟ ହୋଇନାହିଁ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅନୁଯାୟୀ, ମେଡିକାଲ କଲେଜରେ ୨୧ ଜଣଙ୍କୁ ଆଇସୋଲେଶନ କରାଯାଇଛି। ନିପା ଭାଇରସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପ୍ରଥମେ ଚିହ୍ନଟ କରିବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା। ଏହା ବ୍ୟତୀତ ନିପା ଭାଇରସର ପ୍ରଥମ ରୋଗୀଙ୍କର ଉତ୍ସ ଚିହ୍ନଟ କରାଯାଉଛି।

ମୃତ ରୋଗୀଙ୍କ ମୋବାଇଲ ଫୋନ ସମ୍ପର୍କରେ ସେ ପୋଲିସକୁ କହିଛନ୍ତି। ଯାହାଦ୍ୱାରା ରୋଗୀ ମୃତ୍ୟୁ ପୂର୍ବରୁ ଯାଇଥିବା ସ୍ଥାନଗୁଡିକ ଟ୍ରାକ କରାଯାଇପାରିବ। ଏଥିପାଇଁ ଆମେ ୧୯ ଟି ଟିମ୍‌ ଗଠନ କରିଛୁ ଏବଂ ଅନ୍ୟ ଜିଲାରୁ ଆସିଥିବା ଲୋକଙ୍କୁ ଅନୁସନ୍ଧାନ କରୁଛୁ, ଯେଉଁମାନେ ନିପା ଭାଇରସ ସମ୍ବନ୍ଧୀୟ ରୋଗୀଙ୍କ ସହିତ ଯୋଗାଯୋଗରେ ଥିଲେ ।

Share