Categories: ଜାତୀୟ

ନିପା ଭାଇରସରେ ଚିକିତ୍ସିତ ହେଉଥିବା ୪ ବ୍ୟକ୍ତି ହେଲେ ସୁସ୍ଥ

ଥିରୁଭାନନ୍ତପୁରମ୍‌,୨୯।୯: କେରଳରେ ନିପା ଭାଇରସ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଏକ ଖୁସି ଖବର ଦେଇଛନ୍ତି। ସେ କହିଛନ୍ତି, କୋଝିକୋଟରେ ନିପା ଭାଇରସରେ ଚିକିତ୍ସିତ ହେଉଥିବା ଜଣେ ନଅ ବର୍ଷର ଶିଶୁଙ୍କ ସମେତ ସମସ୍ତ ଚାରିଜଣ ସୁସ୍ଥ ହୋଇଛନ୍ତି।

ଏହି ଖବରର ସୂଚନା ଦେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି , ଦୁଇଥର ପରୀକ୍ଷା କରାଯିବା ପରେ ସମସ୍ତଙ୍କ ରିପୋର୍ଟ ନେଗେଟିଭଥ ଆସିଛି। ପ୍ରାୟ ୬ ଜଣ ଲୋକ ଏହି ନିପା ଭାଇରସରେ ସଂକ୍ରମିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା।

ସେପ୍ଟେମ୍ବର ୧୬ ପରଠାରୁ ରାଜ୍ୟରେ ଗୋଟିଏ ବି ନିପା ଭାଇରସ ମାମଲା ସାମ୍ନାକୁ ଆସିନାହିଁ। କେରଳ ସରକାର ଉତ୍ତର ଜିଲାରେ ଲାଗୁ ହୋଇଥିବା ସମସ୍ତ ପ୍ରତିବନ୍ଧକକୁ ପ୍ରତ୍ୟାହାର କରିନେଇଛନ୍ତି। ତେବେ ଏହି ଭୂତାଣୁ ବିରୋଧରେ ସଜାଗ ରହିବା, ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବାକୁ ଜିଲା କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।

 

Share