କୋଚି,୧୨।୧୦: କେରଳର ପଠାନାମାଥିଟ୍ଟାରେ ଧନ ସମୃଦ୍ଧି ବୃଦ୍ଧି ପାଇଁ ଦୁଇ ମହିଳାଙ୍କୁ ବଳି ଦେବାର ଏକ ସମ୍ବେଦନଶୀଳ ମାମଲା ଘଟିଛି। ଏହି ମାମଲାରେ ଅଭିଯୁକ୍ତମାନେ ମହିଳାଙ୍କୁ ହତ୍ୟା କରି ତାଙ୍କ ମାଂସ ରାନ୍ଧି ଖାଇଥିଲେ।
କେରଳ ପୋଲିସର ସୂଚନାନୁସାରେ, ଘରେ ସମୃଦ୍ଧତା ଆଣିବା ପାଇଁ ଭାଗବଲ ସିଂହ ଓ ଲୈଲା ନାମକ ଦମ୍ପତି ତାନ୍ତ୍ରିକ ନିର୍ଦ୍ଦେଶରେ ଦୁଇଜଣ ମହିଳା ରୋସେଲିନ ଓ ପଦ୍ମାଙ୍କୁ ବଳି ଦେଇଥିବା ଅଭିଯୋଗ ହୋଇଛି। ପ୍ରଥମେ ୨ ଜଣଙ୍କୁ ଛୁରିରେ ସାହାଯ୍ୟରେ ଖଣ୍ଡ ଖଣ୍ଡ କରି କାଟି ଦିଆଯାଇଥିଲା। ଜଣେ ମହିଳାଙ୍କ ମୃତଦେହକୁ ୫୬ ଖଣ୍ଡ କରି ରାନ୍ଧି ଖାଇଥିଲେ ଅଭିଯୁକ୍ତ ଦମ୍ପତି ଓ ତାନ୍ତ୍ରିକ ମହମ୍ମଦ ଶାଫି।
ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ମହମ୍ମଦ ଶାଫି। ସେ ଜଣେ ଯୌନ କେଳେଙ୍କାରୀ ପ୍ରକୃତିର ଲୋକ। ୨୦୨୦ରେ ଶାଫି ଜଣେ ୭୫ ବର୍ଷୀୟ ବୃଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇ ଜାମିନରେ ମୁକୁଳିଥିଲେ।