Categories: ଜାତୀୟ

ଚିନ୍ତା ବଢାଉଛି କେରଳ, ମହାରାଷ୍ଟ୍ର

ନୂଆଦିଲ୍ଲୀ,୨୮।୧: ଜାନୁୟାରୀ ୨୮ତାରିଖ ସୁଦ୍ଧା ଦେଶରେ ୨୫ ଲକ୍ଷ କୋଭିଡ ଟିକାକରଣ କରାଯାଇଛି। ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାରକୁ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଦୁଇଟି ରାଜ୍ୟରେ ଅଧିକ ରହିଛି । ଏହି ଦୁଇଟି ରାଜ୍ୟ ହେଲେ କେରଳ ଏବଂ ମହାରାଷ୍ଟ୍ର । କେରଳରେ ୭୨ହଜାର ସକ୍ରିୟ ଆକ୍ରାନ୍ତ ଥିବା ବେଳେ ମହାରାଷ୍ଟ୍ରରେ ୪୦ ହଜାର ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷେ ୧ ନିୟୁତ ଡୋଜ ଟିକାକରଣ ଲକ୍ଷ୍ୟକୁ ଭାରତ ମାତ୍ର ୬ ଦିନରେ ହାସଲ କରିଛି। ଆମେରିକା ଏହି ଲକ୍ଷ୍ୟକୁ ୧୦ ଦିନରେ, ସ୍ପେନ ୧୨ ଦିନରେ ଓ ଇସ୍ରାଏଲ ୧୪ ଦିନରେ ହାସଲ କରିଛି । ସେହିପରି ବ୍ରିଟେନ ୧୮ ଦିନରେ, ଇଟାଲୀ ୧୯ ଦିନରେ, ଜର୍ମାନି ୨୦ ଦିନରେ ଓ ୟୁଏଇ ୨୭ ଦିନରେ ଏହି ଲକ୍ଷ୍ୟ ହାସଲ କରିଛି ବୋଲି ସେ କହିଛନ୍ତି। ସୂଚନା ଯୋଗ୍ୟ, ଭାରତରେ ଜାନୁୟାରୀ ୧୬ରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା

Share