ଶାବର୍ମା ଖାଇ ଯୁବକଙ୍କ ମୃତ୍ୟୁ, ଏଥିରେ ଏଭଳି କ’ଣ ରହିଛି ଯେଉଁଥିରେ ହୋଇପାରେ ଫୁଡ୍‌ ପଏଜନିଂ

ଖାଦ୍ୟ ବିଷକ୍ରିୟାରେ ୨୪ ବର୍ଷର ଯୁବକର ମୃତ୍ୟୁ ଘଟିଛି। ଏହି ଘଟଣା କେରଳର କୋଚିରେ ଘଟିଛି। ଯୁବକ ଜଣଙ୍କ ସହରର ଏକ ହୋଟେଲର ପ୍ରସିଦ୍ଧ ଷ୍ଟ୍ରିଟ ଫୁଡ ଖାଇ ମୃତ୍ୟୁ ହୋଇଥିବା ଜଣାପଡିଛି। ଚେନ୍ନାଇରେ କିଛି ମାସ ପୂର୍ବରୁ ଏଭଳି ଏକ ଘଟଣା ଘଟିଥିଲା, ଯେଉଁଥିରେ ଜଣେ ୧୪ ବର୍ଷର ଝିଅ ଷ୍ଟ୍ରିଟ ଫୁଡ ଖାଇବା ପରେ ମୃତ୍ୟୁବରଣ କରିଥିବାବେଳେ ୪୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିପରି ଆଉ ଏକ ମାମଲା ରହିଛି ଯେଉଁଥିରେ ରାହୁଲ ଡି ନାୟାର ନାମକ ଜଣେ ଯୁବକଙ୍କ ଖାଦ୍ୟ ବିଷକ୍ରିୟା କାରଣରୁ ଶୁକ୍ରବାରଠାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଥିଲେ। ତାଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ, ରାହୁଲ ଶାବର୍ମା ଖାଇବା ପରଦିନ ଖାଦ୍ୟ ବିଷକ୍ରିୟା ହେବାର ଲକ୍ଷଣ ଦେଖାଇବା ଆରମ୍ଭ କରିଥିଲେ। ଯାହା ପରେ ଶରୀରର ଅନେକ ଅଙ୍ଗ କାମ ବନ୍ଦ କରିଦେଇଥିଲା।

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁଯାୟୀ, ଶାବର୍ମାରେ ଏଭଳି କ’ଣ ରହିଛି ଯାହାକୁ ଖାଇ ଲୋକେ ବିଷକ୍ରୟାର ଶିକାର ହେଉଛନ୍ତି। ଏହାସହ, ଏହାକୁ ଖାଇବା ପାଇଁ କେଉଁ ପଦ୍ଧତି ସୁରକ୍ଷିତ ଭାବରେ ଚେଷ୍ଟା କରାଯିବା ଉଚିତ୍‌। ଡାକ୍ତରମାନେ କହିଛନ୍ତି, ଶାବର୍ମା ଆଦୌ ବିଷାକ୍ତ ନୁହଁନ୍ତି, କିନ୍ତୁ ଏହାକୁ ତିଆରି କରିବାର ଉପାୟ ବିଷାକ୍ତ ଅଟେ।

ଉଜାଲା ସିଗ୍ନସ ଗ୍ରୁପ ଅଫ ହସ୍ପିଟାଲର ଡକ୍ଟର ଶୁଚିନ ବଜାଜ କହିଛନ୍ତି , ଶାବର୍ମାା ତିଆରି କରିବାର ପଦ୍ଧତି ଅତ୍ୟନ୍ତ ବିଷାକ୍ତ ଅଟେ। ଉଦାହରଣ ସ୍ବରୂପ, ମାଂସକୁ ଅଧିକ ଫ୍ରିଜ କରିବା, କ୍ରସ ପ୍ରଦୂଷଣ ସହିତ ମାଂସ ରନ୍ଧା ରହିଥାଏ। ଯେଉଁ କାରଣରୁ ସଲମୋନେଲା କିମ୍ବା ଇ କୋଲି ପରି କ୍ଷତିକାରକ ଜୀବାଣୁ ଏଥିରେ ବଢିବା ଆରମ୍ଭ କରନ୍ତି । ମାଂସକୁ ଫ୍ରିଜରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖିବା ଦ୍ୱାରା ଏହି କ୍ଷତିକାରକ ଜୀବାଣୁ ଏଥିରେ ବଢିଥାନ୍ତି। ଡାକ୍ତରମାନେ ଆହୁରି ମଧ୍ୟ କହିଛନ୍ତି ଯେ ପରିଷ୍କାର ପରିଚ୍ଛନ୍ନତା ନ କରିବା ମଧ୍ୟ ଖାଦ୍ୟକୁ ବିଷାକ୍ତ କରିଥାଏ। ମଇଳା ବାସନ, ସସ ଏବଂ ଗଚ୍ଛିତ ମାଂସ, ଅନେକ ମସଲା ବ୍ୟବହାର କରିବା ଦ୍ୱାରା ଖାଦ୍ୟକୁ ବିଷାକ୍ତ କରିଥାଏ।