Categories: ଜାତୀୟ

ଭାଜପାରୁ ପ୍ରାର୍ଥୀ ହେବାକୁ ମନା କଲେ ଏମ୍‌ବିଏ ଗ୍ରାଜୁଏଟ୍‌

ଥିରୁଭାନନ୍ତପୁରମ, ୧୫।୩ – ଆସନ୍ତା ମାସରେ କେରଳରେ ହେବାକୁ ଯାଉଛି ନିର୍ବାଚନ। ଓ୍ବାୟାନାଡ୍‌ ଜିଲାର ମନନ୍ଥଓ୍ବାଡି ଆସନରୁ ୩୧ ବର୍ଷୀୟ ଏମ୍‌ବିଏ ଗ୍ରାଜୁଏଟ୍‌ଙ୍କୁ ପ୍ରାର୍ଥୀ କରିଥିଲା ଭାଜପା। କିନ୍ତୁ ମାଣିକଟ୍ଟନ ଏହାକୁ ଅସ୍ବୀକାର କରିବା ସହ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। କେରଳରେ ବସବାସ କରୁଥିବା ପାନିୟା ଜନଜାତିର ପ୍ରଥମ ବ୍ୟକ୍ତି ଭାବେ ମାଣିକୁଟ୍ଟନ ଏମ୍‌ବିଏ ଡିଗ୍ରୀ ହାସଲ କରିଥିବା ଭାଜପା ପକ୍ଷରୁ କୁହାଯାଇଛି। ମନନ୍ଥଓ୍ବାଡି ଆସନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ। ଏଣୁ ମଣିକୁଟ୍ଟନଙ୍କୁ ସେଠାରେ ପାର୍ଥୀ କରାଯାଇଥିଲା।

କେନ୍ଦ୍ରୀୟ ନେତୃତ୍ୱ ମୋତେ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ମୁଁ ପ୍ରକୃତରେ ଜଣେ ସାଧାରଣ ଲୋକ।  ରାଜନୀତିକୁ ଯିବାକୁ ଚାହେଁ ନାହିଁ। ମୋତେ ଗୋଟେ ଚାକିରି ଓ ପରିବାର ଦରକାର।  ତେବେ ପାନିୟା ଜନଜାତିରୁ ଭାଜପା କାହାକୁ ପ୍ରାର୍ଥୀ କରିଥିବାରୁ ମୁଁ ଖୁସି। କିନ୍ତୁ ଭାଜପାର ପ୍ରାର୍ଥୀ ହେବାକୁ  ଇଚ୍ଛୁକ ନୁହେଁ ବୋଲି ମାଣିକୁଟ୍ଟନ କହିଛନ୍ତି।

Share