Categories: ଜାତୀୟ

ଦୁଇ ଥର ପତକା ଉତ୍ତୋଳନ କଲେ ମନ୍ତ୍ରୀ

ଥିରୁବାନନ୍ଥପୁରମ,୨୬।୧: ଦେଶର ୭୩ତମ ସାଧାରଣତନ୍ତ୍ର ଦିବସରେ ଲଜ୍ଜିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। କେରଳର କାସାରାଗଡ୍‌ ଜିଲା କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ବନ୍ଦର ମନ୍ତ୍ରୀ ଅହାମଦ ଦେଭରକୋଇଲ ଓଲ୍‌ଟା ପତକା ଉତ୍ତୋଳନ କରିଛନ୍ତି।

ପତକା ଉତ୍ତୋଳନ ପରେ ମନ୍ତ୍ରୀ, ଡିଏସ୍‌ପିଙ୍କ ସମେତ ଅନ୍ୟ ଅତିଥି ସଲ୍ୟୁଟ କରିଥିଲେ। ଏଭଳି ତ୍ରୁଟି ସମ୍ପର୍କରେ ଅଧିକାରୀଙ୍କୁ ଅବଗତ କରାଇଥିଲେ ଇଭେଣ୍ଟକୁ କଭର କରିବାକୁ ଆସିଥିବା ଖବରଦାତା। ପରେ ମନ୍ତ୍ରୀ ପୁଣି ଥରେ ପତକା ଉତ୍ତୋଳନ କରିଥିଲେ। ଜିଲା ପ୍ରଶାସନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀ ଭାଜପା। ପରେ ମନ୍ତ୍ରୀ ଜିଲା ସୁପ୍ରିଟେନଡେଣ୍ଟ ବୈଭବ ସକ୍ସେନାଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି।

Share