କେରଳ ଅଭିନେତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ

କୋଝିକୋଡ୍‌,୧୪।୫: କେରଳ ମଡେଲ ତଥା ଅଭିନେତ୍ରୀ ଶାହାନା (୨୦)ଙ୍କର ମୃତଦେହ ତାଙ୍କ କୋଝିକୋଡ୍‌ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ଗୁରୁବାର ରାତିରେ ଝରକା ରେଲିଂରୁ ମୃତଦେହ ଝୁଲୁଥିବା ଦେଖାଯାଇଛି। ଅଭିନେତ୍ରୀଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ତାଙ୍କ ସ୍ବାମୀ ସାଜଦ (୩୧)ଙ୍କୁ ପୋଲିସ ହାଜତକୁ ନେଇ ପଚରାଉଚରା ଚଳାଇଛି। ଗୁରୁବାର ଶୋହାନାଙ୍କର ୨୦ତମ ଜନ୍ମଦିନ ଥିଲା। ସେ ତାଙ୍କ ଘରକୁ ଯାଇ ଜନ୍ମଦିନ ପାଳିବେ ବୋଲି ମାଆଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ଓ ବହୁତ ଖୁସି ଥିଲେ। ତେଣୁ ସେ ଆତ୍ମହତ୍ୟା କରିଥିବେ ବୋଲି ଚିନ୍ତା କରାଯାଇପାରୁନାହଁ ବୋଲି ତାଙ୍କ ମାଆ ଉଭେମା କହିଛନ୍ତି। ସ୍ବାମୀ ସାଜ୍ଜଦ ଝିଅଙ୍କୁ ହତ୍ୟା କରିଥିବା ଉଭେମା ଅଭିଯୋଗ କରିଛନ୍ତି।

Share