Categories: ଜାତୀୟ

ପୁଣି ଜଣେ ନିପା ଭାଇରସରେ ଆକ୍ରାନ୍ତ

ଥିରୁଭାନନ୍ତପୁରମ୍‌,୧୫।୯: କେରଳର କୋଝିକୋଡରେ ଶୁକ୍ରବାର ନିପା ଭାଇରସର ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ୩୯ ବର୍ଷ ବୟସ୍କା ବ୍ୟକ୍ତି ଏହି ବିପଜ୍ଜନକ ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ସଂକ୍ରମିତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ନଜର ରଖାଯାଇଛି। ଏହା ହେଉଛି ନିପା ଭାଇରସର ପଞ୍ଚମ ତଥା ସର୍ବଶେଷ ମାମଲା, ଯାହା ବିଷୟରେ ସୂଚନା ସାମ୍ନାକୁ ଆସିଛି। ଏହି ବ୍ୟକ୍ତିଙ୍କ ବ୍ୟତୀତ ଜଣେ ୯ ବର୍ଷର ଶିଶୁ ମଧ୍ୟ ଜୀବାଣୁ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରେ ସାମିଲ, ଯାହାର ଅବସ୍ଥା ଗୁରୁତର ଥିବା ଜଣାପଡିଛି।

କୋଝିକୋଡରେ ଆସିଥିବା ନିପା ଭାଇରସ ମାମଲାକୁ ନେଇ ପ୍ରଶାସନ ସତର୍କ ମୋଡକୁ ଆସିଛି। କୋଭିଡ ସମୟ ଭଳି ୯ଟି ପଞ୍ଚାୟତରେ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି। ଏହି ଭାଇରସ କାରଣରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

Share