Categories: ଜାତୀୟ

‘ କେରଳରେ ଭାଜପା ପାଇଁ ଯାଗା ନାହିଁ ’

ଥିରୁଭାନ୍ଥପୁରମ,୨।୫ : କେରଳରେ ଭାଜପା ପାଇଁ ଯାଗା ନାହିଁ। ଆମ ରାଜ୍ୟ କଦାପି ସାମ୍ପ୍ରଦାୟିକତା ଓ ଧାର୍ମିକ ବିଭେଦକୁ ଗ୍ରହଣ କରିବ ନାହିଁ। ୟୁଡିଏଫ୍‌ର କ୍ରସ ଭୋଟିଂ ଯୋଗୁ ଭାଜପା ଗତ ଥର ଗୋଟିଏ ସିଟ୍‌ ହାତେଇଥିଲା। ଆମେ କହିଥିଲୁ ରାଜ୍ୟରେ ଭାଜପାର ଖାତା ବନ୍ଦ କରିଦେବୁ, ଯାହା ଆମେ କରି ଦେଖାଇଛୁ। କେରଳର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ଭାଜପା ସମ୍ପର୍କରେ ଏଭଳି ମନ୍ତବ୍ୟ ଦେଇଛନ୍ତି ମଖ୍ୟମନ୍ତ୍ରୀ ପିନାରାଇ ବିଜୟନ।

୧୪୦ ଆସନ ବିଶିଷ୍ଟ କେରଳରେ ୯୮ ଆସନ ସହ ବାମପନ୍ଥୀ ଦଳ (ଏଲ୍‌ଡିଏଫ୍‌) ପୁଣି ଥରେ ସରକାର ଗଢ଼ିବା ସ୍ପଷ୍ଟ। ଗତ ୨୦୧୬ ନିର୍ବାଚନ ଅପେକ୍ଷା ଦଳ ଏଥର ଅଧିକ ୬ଟି ଆସନ ଜିତିଛି। କଂଗ୍ରେସ ମେଣ୍ଟ ୟୁଡିଏଫ୍‌କୁ ମିଳିଛି ବଳକା ୪୨ ଆସନ।

Share