ବ୍ରିଟେନରେ କେରଳର ନର୍ସଙ୍କ ସହ ଦୁଇ ଶିଶୁଙ୍କୁ ନିର୍ମମ ହତ୍ୟା

ଲଣ୍ଡନ,୧୭ ।୧୨: ବ୍ରିଟେନର ପୂର୍ବ ଇଂଲଣ୍ଡରୁ ଗୁରୁବାର ଏକ ବଡ ଖବର ସାମ୍ନାକୁ ଆସିଛି । ଏଠାକାର ନର୍ଥମ୍ପ୍‌ଟ ଅଞ୍ଚଳରେ ଜଣେ ଭାରତୀୟ ମୂଳ ବାସିନ୍ଦା ମହିଳା ଓ ତାଙ୍କ ଦୁଇ ଶିଶୁଙ୍କୁ ସେମାନେ ରହୁଥିବା ଅପାର୍ଟମେଣ୍ଟରେ ହତ୍ୟା କରାଯାଇଛି । ଏହି ମାମଲାରେ ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ପଚରା ଉଚରା ପାଇଁ ଅଟକ ରଖିଛି । ତେବେ ମହିଳା ଓ ତାଙ୍କ ଶିଶୁଙ୍କୁ ଛୁରିରେ ଆକ୍ରମଣ କରାଯାଇଛି ।
ପୋଲିସ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛି ମୃତ ମହିଳାଙ୍କ ନାମ ଅଞ୍ଜୁ ସେ କେରଳର କୋଟ୍ଟାୟମ ଜିଲାର ମୂଳ ବାସିନ୍ଦା । ସେ ଲଣ୍ଡନରୁ ୧୧୦ କିଲୋମିଟର ଦୂର କେଟରିଂଗରେ ତାଙ୍କ ଘରେ ଛୁରିରେ ଆକ୍ରମଣରେ ଆହତ ହୋଇଥିଲେ ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୋଲିସ କହିଛି ଅଞ୍ଜୁଙ୍କ ୬ ବର୍ଷର ପୁଅ ଓ ୪ ବର୍ଷର ଝିଅଙ୍କୁ ବି ଏହିଭଳି ଛୁରିରେ ଆକ୍ରମଣ କରାଯାଇଥିବା ବେଳେ ଆହତ ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ସେମାନଙ୍କର ମୃତ୍ୟୁ ହୋଇ ଯାଇଥିଲା ।
ସ୍ଥାନୀୟ ପୋଲିସ ଅଧିକ୍ଷକ ସ୍ଟିଭ ଫ୍ରିମୈନର ପୋଲିସିଂ ଏରିଆ କମାଣ୍ଡର କହିଛନ୍ତି, ଏଡି ଘଟଣା ଅତ୍ୟନ୍ତ ଦୁଃଖଦ, ଯାହାକୁ ଭାଷାରେ ବର୍ଣ୍ଣନା କରିବା କଷ୍ଟକର । ହେଲେ ଆମର ଏକ ସ୍ୱତନ୍ତ୍ର ଟିମ ଏଭଳି କାର୍ଯ୍ୟର ଯାଞ୍ଚ କରୁଥିବା ବେଳେ ମୃତ ମହିଳା ଓ ସେମାନଙ୍କ ଶିଶୁଙ୍କୁ ଆମେ ନିଶ୍ଚିତ ଭାବେ ନ୍ୟାୟ ଦେବୁ ।
ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଗୁରୁବାର ପ୍ରାୟ ୧୧ଟା ୧୫(ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ ୫ଟା) ରେ ପଡୋଶୀ ମୃତକଙ୍କ ଆପାର୍ଟମେଣ୍ଟ ଭିତରୁ ପାଟିତୁଣ୍ଡ ଶୁଣି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଯାହା ଦେଖିଥିଲା ସେଥିରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ତେବେ ଏହି ଘଟଣାକୁ ନେଇ ମୃତ ମହିଳାଙ୍କ ସ୍ୱାମୀ ରାଜୁ (୫୨)ଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି ।

Share