Categories: ଜାତୀୟ

ଆର୍ଥିକ ସଙ୍କଟ ଦେଇ ଗତି କରୁଛି କେରଳ: କରଜରେ ବୁଡିଛି ରାଜ୍ୟ

ଥିରୁଭାନନ୍ତପୁରମ,୧୯।୮: ସାକ୍ଷରତା ହାରରେ କେରଳ ଦେଶର ପ୍ରଥମ ସ୍ଥାନ ଅଧିକାର କରିଛି। ସେହିପରି ଏଠାରେ ଅଧିକ ସ୍ବଚ୍ଛଳ ଲୋକ ମଧ୍ୟ ବାସ କରୁଛନ୍ତି। କିନ୍ତୁ କେରଳର ଭାଜପା ନେତା କେ ଜେ ଆଲଫୋନ୍ସ ଦାବି କରିଛନ୍ତି ଯେ ରାଜ୍ୟର ଆର୍ଥିକ ଅବସ୍ଥା ର୍ଦୁବିସହ ହୋଇ ପଡିଛି। ରାଜ୍ୟ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଲୋକଙ୍କୁ ପେନସନ ଦେବାକୁ ଟଙ୍କା ନାହିଁ।

୨୦୧୯ ମସିହାରୁ, ୭୦ହଜାର ପେନସନଭୋଗୀଙ୍କୁ ଅତିରିକ୍ତ ଡିଏ ପ୍ରଦାନ କରାଯାଇ ନାହିଁ। ରାଜ୍ୟ ସର୍ବାଧିକ ଋଣ ରହିଛି। ସରକାର କ୍ରମାଗତ ଭାବରେ ଋଣ ନେଉଛନ୍ତି ଏବଂ ଏହା ଭବିଷ୍ୟତ ପିଢି ପାଇଁ ବୋଝ ପାଲଟିଯିବ।

ବିରୋଧୀ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ ମଧ୍ୟ ରାଜ୍ୟର ବାମପନ୍ଥୀ ଡେମୋକ୍ରାଟିକ ଫ୍ରଣ୍ଟ ସରକାରଙ୍କ ଆର୍ଥିକ ଅବସ୍ଥା ଖରାପ ବୋଲି ଅଭିଯୋଗ କରିଛି। ବିରୋଧୀ ସରକାରଙ୍କୁ ବଡ ରକମର ଋଣ, ଅପାରଗତା ଏବଂ କର ସଂଗ୍ରହରେ ଅନିୟମିତତାକୁ ନେଇ ଅଭିଯୋଗ ଆଣିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଜ୍ୟ ଉପରେ ତିନି ଲକ୍ଷ କୋଟିରୁ ଅଧିକ ଋଣ ଭାର ରହିଛି। ଏହି କାରଣରୁ, ପ୍ରତି ବ୍ୟକ୍ତିଙ୍କ ପାଇଁ ଋଣର ସୀମା ମଧ୍ୟ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟର ୮୦ ପ୍ରତିଶତ ଋଣ ବୃଦ୍ଧି ପାଇଛି। କେରଳ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୨୦୧୬-୧୭ରେ ରାଜ୍ୟ ୧,୮୩.୪୫୩ କୋଟି ଟଙ୍କା ଋଣ କରିଥିଲା, ଯାହା ୨୦୨୧-୨୨ ମସିହାରେ ଏହା ୩,୩୫,୬୪୧କୋଟି ଟଙ୍କାକୁ ବୃଦ୍ଧି ପାଇଛି। ରାଜ୍ୟ ସରକାର କହିଛନ୍ତି ଯେ, ଗତ ବର୍ଷ ରାଜସ୍ବ ନିଅଣ୍ଟ ୬୭୧୬ କୋଟିରେ ପହଞ୍ଚିଛି।

Share