Categories: ଜାତୀୟ

ୟୁସିସିକୁ ବିରୋଧ କଲା କେରଳ: ଶାସକ-ବିରୋଧୀ ଏକଜୁଟ…

ଥିରୁଭାନନ୍ତପୁରମ,୮।୮ : କେରଳ ବିଧାନସଭାରେ ମଙ୍ଗଳବାର ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଗ୍ରହଣ କରାଯାଇଛି। ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଦେଶରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ ନ କରିବାକୁ ଅନୁରୋଧ କରାଯାଇଛି। ଏହାପୂର୍ବରୁ ଫେବୃଆରୀରେ, ମିଜୋରାମ ବିଧାନସଭା ସର୍ବସମ୍ମତି କ୍ରମେ ଦେଶରେ ୟୁସିସି କାର୍ଯ୍ୟକାରୀ କରିବାକୁ ବିରୋଧ କରିଥିଲା। ମଙ୍ଗଳବାର କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ୟୁସିସି ବିରୋଧରେ ଗୃହରେ ଏକ ପ୍ରସ୍ତାବ ଆଗତ କରି ଏହାକୁ ଏହାକୁ ଏକପାଖିଆ ଏବଂ ତ୍ୱରିତ ପଦକ୍ଷେପ ବୋଲି କହିଛନ୍ତି।

ବିଜୟନ ଯୁକ୍ତି କରିଛନ୍ତି ଆରଏସଏସ ପରିବାର ଦ୍ୱାରା କଳ୍ପନା କରାଯାଇଥିବା ୟୁସିସି ଭାରତୀୟ ସମ୍ବିଧାନ ଅନୁଯାୟୀ ନୁହେଁ, ବରଂ ହିନ୍ଦୁ ଆଇନଗତ ପାଠ୍ୟ ‘ମନୁସ୍ମୃତି’ ଉପରେ ଆଧାରିତ। ସଂଘ ପରିବାର ଏହାକୁ ବହୁ ପୂର୍ବରୁ ସ୍ପଷ୍ଟ କରିଦେଇଥିଲା। ସମ୍ବିଧାନରେ ଥିବା କୌଣସି ପ୍ରସଙ୍ଗକୁ ସେମାନେ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁନାହାଁନ୍ତି।

ବିଜୟନ କହିଛନ୍ତି କେନ୍ଦ୍ରରେ ଶାସକ ଭାଜପା ସରକାର କେବଳ ମୁସଲିମ ବ୍ୟକ୍ତିଗତ ଆଇନ ଅନୁଯାୟୀ ଛାଡପତ୍ର ଆଇନକୁ ଅପରାଧୀକୃତ କରିଛନ୍ତି, କିନ୍ତୁ ମହିଳାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା କିମ୍ବା ବଞ୍ଚିତ ଲୋକଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେଇ ନାହାଁନ୍ତି। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ୟୁଡିଏଫ ସଂଶୋଧନ ପ୍ରସ୍ତାବ ଆଗତ କରି ବାମ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିଥିଲା।

ୟୁସିସି କାର୍ଯ୍ୟକାରୀ କରିବାକୁ କେନ୍ଦ୍ରର ପଦକ୍ଷେପ ନେଇ ରାଜ୍ୟ ବିଧାନସଭା ଚିନ୍ତିତ ଏବଂ ନିରାଶ ହୋଇଛି। କାରଣ ଏହା ଏକପାଖିଆ ଏବଂ ତ୍ୱରିତ ନିଷ୍ପତ୍ତି। ଯାହା ଦେଶର ଧର୍ମନିରପେକ୍ଷତାକୁ କ୍ଷୁର୍ଣ୍ଣ କରିଛି। ସମ୍ବିଧାନ ୟୁସିସିକୁ କେବଳ ଏକ ନିର୍ଦ୍ଦେଶନାମା ଭାବରେ ଦର୍ଶାଉଛି ଏବଂ ଏହା ବାଧ୍ୟତାମୂଳକ ନୁହେଁ। ଯେତେବେଳେ ସମ୍ବିଧାନର ଧାରା ୨୫ ଅନୁଯାୟୀ ଧାର୍ମିକ ସ୍ବାଧୀନତା ସୁନିଶ୍ଚିତ ହୁଏ ଏବଂ ଧାର୍ମିକ ବ୍ୟକ୍ତିଗତ ନିୟମ ପାଳନ କରିବାର ଅଧିକାର ଅନ୍ତର୍ଭୁକ୍ତ ହୁଏ, ସେତେବେଳେ ଏହାର ପଥରେ ପ୍ରତିବନ୍ଧକ ସାଜୁଥିବା କୌଣସି ଆଇନ ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ କରିବ। ସମ୍ବିଧାନର ଧାରା ୪୪ କେବଳ କୁହାଯାଇଛି ଏକ ୟୁସିସି ଗଠନ ପାଇଁ ଉଦ୍ୟମ କରାଯିବ। ଏପରି କୌଣସି ପଦକ୍ଷେପ ପୂର୍ବରୁ ଲୋକଙ୍କ ମଧ୍ୟରେ ସହମତି ଭିତ୍ତିରେ ଆଲୋଚନା ହେବା ଉଚିତ ଏବଂ ତାହା ନ କରିବା ଚିନ୍ତାଜନକ।

Share