Categories: ଜାତୀୟ

ସେଣ୍ଟ୍ରାଲ ଜେଲ୍‌ରେ ୩୫୯ କଏଦୀ କରୋନା ପଜିଟିଭ୍‌

ଥିରୁଭାନନ୍ତପୁରମ,୧୬।୮: କେରଳର ଥିରୁଭାନନ୍ତପୁରମରେ ଥିବା ସେଣ୍ଟ୍ରାଲ ଜେଲରେ ଗତ ସପ୍ତାହ ମଧ୍ୟରେ ୩୫୦ରୁ ଅଧିକ କଏଦୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଜଣେ ବିଚାରାଧୀନ କଏଦିଙ୍କ କରୋନାରେ ମୃତ୍ୟୁ ଘଟିଛି। ଜେଲ ଅଧୀକ୍ଷକ ସନ୍ତୋଷ ଏସ କହିଛନ୍ତି ଗତ ସପ୍ତାହେ ମଧ୍ୟରେ ଜଣେ ଜେଲ କର୍ମଚାରୀଙ୍କ ସମେତ ୩୫୯ ଜଣ କଏଦୀ କରୋନା ଆକ୍ରାନ୍ତ ହୋଇଛନ୍ତି। କେବଳ ରବିବାର ଦିନ ୧୪୫ଜଣ କଏଦୀ ସଂକ୍ରମଣ ହୋଇଛନ୍ତି। ଏବେ ଏହି କାରାଗାରରେ ୯୭୦ରୁ ଅଧିକ ଅନ୍ତେବାସୀ ଅଛନ୍ତି।

Share