Advertisement

କେରଳ ବିମାନ ଦୁର୍ଘଟଣା: ଉଦ୍ଧାର କାର୍ଯ୍ୟରେ ନିୟୋଜିତ ୨୨ ଅଧିକାରୀ କରୋନା ପଜିଟିଭ

ତିରୁଭାନନ୍ତପୁରମ,୧୪।୮: କେରଳ ବିମାନ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ୨୨ ଅଧିକାରୀ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ଜଣେ ଜିଲାପାଳ ଓ ସ୍ଥାନୀୟ ପୋଲିସ ଅଧିକାରୀ ଥିବା ସୂଚନା ରହିଛି। ମଲ୍ଲାପୁରମର ମେଡିକାଲ ଅଫିସର ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବନ୍ଦେ ଭାରତ ମିଶନ ଅଧିନରେ ଦୁବଇରେ ଥିବା ଭାରତୀୟଙ୍କୁ ନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ କେରଳ ବିମାନ ବନ୍ଦରରେ ଅବତରଣ କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା। ବିମାନରେ ପାଖାପାଖି ୧୮୪ ଜଣ ଯାତ୍ରୀ ଥିବା ବେଳେ ଏମାନଙ୍କ ମଧ୍ୟରୁ ୧୮ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ଓ ସେଠାରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାକୁ କେତେଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। କେରଳର କୋଝିକୋଡ ବିମାନ ଦୁର୍ଘଟଣାରେ ୨୪ରୁ ଅଧିକ ଲୋକ ଗୁରୁତର ଆହତ ମଧ୍ୟ ହୋଇଥିଲେ। ଏହାପରେ ବିମାନ ଦୁର୍ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share