କେରଳ ବିମାନ ଦୁର୍ଘଟଣା: ଜଣେ ମୃତକ କରୋନା ପଜିଟିଭ୍‌, ଉଦ୍ଧାରକାରୀ ଦଳର କରାଯିବ ଟେଷ୍ଟ

କୋଝିକୋଡ଼,୮।୮: କେରଳ ବିମାନ ବନ୍ଦରରେ ଶୁକ୍ରବାର ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୮ଜଣଙ୍କ ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ଜଣଙ୍କ ରିପୋର୍ଟ କରୋନା ପଜିଟିଭ୍‌ ବାହାରିଛି। ଏନେଇ ଶନିବାର କେରଳର ମନ୍ତ୍ରୀ କେଟି ଜଲିଲ ସୂଚନା ଦେଇଛନ୍ତି। ସୂଚନା ମୁତାବକ ସମସ୍ତ ମୃତକଙ୍କ କରୋନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ଜଣଙ୍କ ରିପୋଟର୍ର୍ ପଜିଟିଭ୍‌ ଆସିଛି। ରିପୋର୍ଟ ଆସିବା ପରେ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ଉଦ୍ଧାରକାଳୀ ଦଳର ସମସ୍ତ କର୍ମଚାରୀଙ୍କ କରୋନା ଯାଞ୍ଜ କରାଯିବ ବୋଲି ଜଣାପଡ଼ିଛି।

Share