Categories: ଜାତୀୟ

କେରଳ ପୋଲିସ ଆଇନ ସଂଶୋଧନ ଅଧ୍ୟାଦେଶ ସ୍ଥଗିତ

ଥିରୁଭାନନ୍ତପୁରମ୍‌, ୨୪।୧୧: ବିରୋଧୀ ଦଳ, ଗଣମାଧ୍ୟମ ଓ ସିଭିଲ୍‌ ସୋସାଇଟିର ତୀବ୍ର ପ୍ରତିବାଦ ଫଳରେ କେରଳ ସରକାର ପୋଲିସ ଆଇନ ସଂଶୋଧନ ଅଧ୍ୟାଦେଶର କାର୍ଯ୍ୟକାରିତାକୁ ସ୍ଥଗିତ ରଖିଛନ୍ତି। ଉକ୍ତ ଅଧ୍ୟାଦେଶ ବାକ୍‌ ସ୍ବାଧୀନତା ଓ ଯେକୌଣସି ମାଧ୍ୟମରେ ମତାମତ ଦେବା ଅଧିକାରକୁ ସଙ୍କୁଚିତ କରିବ ବୋଲି ଅଭିଯୋଗ ହୋଇଥିଲା। ସଂଶୋଧନ ଉପରେ ବିଭିନ୍ନ ବର୍ଗର ଲୋକଙ୍କଠାରୁ ମତାମତ ନିଆଯାଇଥିଲା। ରାଜ୍ୟର ଏଲ୍‌ଡିଏଫ୍‌ ସରକାରଙ୍କ ସମର୍ଥକମାନଙ୍କ ସମେତ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମର୍ଥନ କରୁଥିବା ଲୋକେ ନୂତନ ସଂଶୋଧନକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ବିରୋଧ ଫଳରେ ସରକାର ସଂଶୋଧିତ ଆଇନକୁ ଏବେ କାର୍ଯ୍ୟକାରୀ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଧାନସଭାରେ ଆଲୋଚନା ଓ ସମସ୍ତଙ୍କ ମତାମତ ନିଆଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି।

Share