ଯୌନ ନିର୍ଯାତନା ଅଭିଯୋଗରେ ମାଲାୟାଲମ ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁଙ୍କ ବିରୋଧରେ ଲୁକ୍ଆଉଟ ନୋଟିସ ଜାରି କରିଛି କେରଳ କୋଚ୍ଚି ପୋଲିସ। ରିପୋର୍ଟ ଅନୁସାରେ ଡିସିପି କହିଛନ୍ତି, ଏହି ମାମଲାରେ ଅଭିନେତାଙ୍କ ନାଁ ସାମ୍ନାକୁ ଆସିବା ପରେ ସେ ଫେରାର ଅଛନ୍ତି। ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି। ପୋଲିସ ଅଭିନେତାଙ୍କ ହୋଟେଲ ଓ ଅଭିନେତାଙ୍କ ଆପାର୍ଟମେଣ୍ଟରେ ଚଢାଉ କରିବା ପରେ ପୋଲିସ ହାତରେ କିଛି ପ୍ରମାଣ ଲାଗିଛି। ତେବେ ଅଭିନେତା ଭାରତ ଫେରିବା ପରେ ଗିରଫ କରାଯିବ। ସେପଟେ ଅଭିନେତା ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ସେ ଫେରାର ହୋଇନାହାନ୍ତି, ଏବେ ଦୁବାଇରେ ଅଛନ୍ତି ବୋଲି କହିଛନ୍ତି।
ସୂଚନାନୁସାରେ, ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ଏର୍ଣ୍ଣାକକୁଲମ ସାଉଥ ପୋଲିସ ବିଜୟ ବାବୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗତ ଏପ୍ରିଲ ୨୨ରେ ଅଭିନେତାଙ୍କ ବରୋଧରେ ଅଭିଯୋଗ ଆସିଥିଲା।
ଅଭିଯୋଗକାରୀ କହିବା ଅନୁଯାୟୀ, ଅଭିନେତା ତାଙ୍କୁ କୋଚିର ଏକ ଫ୍ଲାଟରେ ଯୌନ ନିର୍ଯାତନା ଦେଇଛନ୍ତି। ଥରେ ନୁହେଁ ବିଜୟ ବାବୁ ତାଙ୍କ ସହ ବାରମ୍ବାର ଖରାପ କାମ କରିଛନ୍ତି ବୋଲି ସେ କହିଛନ୍ତି।