Advertisement

କେରଳର ସ୍କୁଲ ଡ୍ରପ୍‌ଆଉଟ୍‌ ଆମେରିକାରେ ଜଜ୍‌

ଓ୍ବାଶିଂଟନ୍‌, ୯।୧: ଭାରତୀୟ ବଂଶୋଦ୍ଭବ ସୁରେନ୍ଦ୍ରନ୍‌ କେ. ପଟେଲ ନିକଟରେ ଆମେରିକା ଟେକ୍ସାସର ଡିଷ୍ଟ୍ରିକ୍ଟ ଜଜ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୫୧ ବର୍ଷୀୟ ସୁରେନ୍ଦ୍ରନ୍‌ଙ୍କ ଘର କେରଳର କାସାରଗୋଡ଼ରେ । କେରଳର ସ୍କୁଲରୁ ଡ୍ରପ୍‌ଆଉଟ୍‌ ହେବାପରେ ସୁରେନ୍ଦ୍ରନ୍‌ ପରିବାର ଚଳାଇବା ପାଇଁ କିଛିଦିନ ଦିନ ମଜୁରିଆ ଭାବେ କାର୍ଯ୍ୟ କରିଥିଲେ।

ସାଙ୍ଗସାଥୀଙ୍କଠାରୁ ଆର୍ଥିକ ସହାୟତା ନେଇ ସେ ଶେଷରେ ନିଜର ଏଲଏଲବି ପାଠ୍ୟକ୍ରମ ଶେଷ କରିଥିଲେ। ଭାରତରେ ରହି ଲ’ ପ୍ରାକ୍ଟିସ୍‌ କରିବା ପରେ ସେ ଆମେରିକା ଚାଲିଯାଇଥିଲେ। ଏହାପରେ ପରିବାର ସହ ସୁରେନ୍ଦ୍ରନ୍‌ ଆମେରିକାରେ ରହିଥିଲେ। ଆମେରିକାରେ ରହି ତାଙ୍କୁ ଅଧିକ ସଫଳତା ମିଳିଥିବା ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share