Categories: ଜାତୀୟ

ଚର୍ଚ୍ଚିତ ସୁବେର ହତ୍ୟା ମାମଲାରେ ୩ଆରଏସ୍‌ଏସ୍‌ କର୍ମକର୍ତ୍ତା ଗିରଫ

ଥିରୁଭାନ୍ତପୁରମ,୭।୫: ସୁବେର ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେରଳ ପୋଲିସ ୩ଜଣ ଆରଏସ୍‌ଏସ୍‌ କର୍ମକର୍ତ୍ତାଙ୍କୁ ଗିରଫ କରିଛି। ଶନିବାର ଏହି ହତ୍ୟା ମାମଲାରେ ସୁଚିତ୍ରାନ, ଗିରିଶ ଏବଂ ଜିନେଶ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ, ଗତ ମାସରେ ଏଲାପ୍ପୁଲୀ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ପିଏଫଆଇ)ର କର୍ମମର୍ତ୍ତା ସୁବେରଙ୍କୁ ହତ୍ୟା କରାଯାଇଥିଲା। ଏପ୍ରିଲ ୧୫ରେ ଆରଏସ୍‌ଏସ୍‌ କର୍ମକର୍ତ୍ତାମାନେ ସୁବେରଙ୍କୁ ହତ୍ୟା କରିଥିଲେ। ଅନ୍ୟପଟେ ୩ଆରଏସ୍‌ଏସ୍‌ କର୍ମକର୍ତ୍ତା ଗିରଫ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇପାରେ। ଏହା ଉପରେ ଏବେ କେରଳ ପୋଲିସ ତୀକ୍ଷଣ ନଜର ରଖିଥିବା ଜଣାପଡ଼ିଛି।

 

Share