Categories: ଜାତୀୟ

କାନ୍ଦିବାରୁ ଶିଶୁପୁତ୍ରକୁ ମିଳିଲା ମୃତ୍ୟୁ

ପଥାନାମଥିତ୍ତା(କେରଳ),୧୪।୧୨: ୨୭ ଦିନର ଶିଶୁ ପୁତ୍ରକୁ ହତ୍ୟା କରିଥିବା ମହିଳାଙ୍କୁ ସୋମବାର ଗିରଫ କରାଯାଇଛି। ପୋଲିସ କହିବା ଅନୁଯାୟୀ, ପ୍ରିମାଚ୍ୟୁର ଶିଶୁପୁତ୍ର ନିୟମିତ ଅସୁସ୍ଥ ରହୁଥିଲା ଏବଂ ତାଙ୍କର କାନ୍ଦିବାରେ ବିରକ୍ତ ହୋଇ ୨୧ ବର୍ଷୀୟା ମହିଳା ଏଭଳି ସାଙ୍ଘାତିକ ଅପରାଧ ଘଟାଇଛନ୍ତି।

ଏହି ଘଟଣା ଘଟିଥିଲା ଗତ ୯ ତାରିଖରେ। ସେହିଦିନ ସକାଳ ୧୧ଟା ବେଳେ ଶିଶୁପୁତ୍ରକୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଚିକିତ୍ସା ପରେ ମେଡିସିନ ସହ ଘରକୁ ଫେରାଇ ଅଣାଯାଇଥିଲା। କିନ୍ତୁ ପରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଶିଶୁପୁତ୍ରକୁ ପୁଣି ଭର୍ତ୍ତି କରାଯାଇଥିଲା ହସ୍ପିଟାଲରେ। ସେଠାରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଶିଶୁପୁତ୍ରର ମୃତ୍ୟୁ ପରେ ମହିଳା ଜଣଙ୍କ କାମ କରୁଥିବା ଆଶ୍ରମର ଫାଦର ଜୋଜି ଥୋମାସ ପୋଲିସରେ ଅଭିଯୋଗ କରିଥିଲେ। ସେହି ଆଶ୍ରମରେ ମହିଳା ଜଣଙ୍କ ରୋଷେଇ କର୍ମୀ ଭାବେ କାର୍ଯ୍ୟ କରିବା ସହ ୪୫ ବର୍ଷୀୟ ପ୍ରେମିକଙ୍କ ସହ ରହୁଥିଲେ।

ଶବ ବ୍ୟବଚ୍ଛେଦ ପରେ ଶିଶୁପୁତ୍ରର ମୁଣ୍ଡର ପଛ ଭାଗରେ ଗଭୀର ଆଘାତ ଲାଗିଥିଲା। କିନ୍ତୁ ଶିଶୁର ପତଳା ହାଡ଼ ଯୋଗୁ ପ୍ରଥମେ ଏହା ବାହାରକୁ ଜଣାପଡ଼ି ନ ଥିଲା ପୋଲିସ ଅଧିକାରୀ କହିଛନ୍ତି। ପରବର୍ତ୍ତୀ ତଦନ୍ତରୁ ଶିଶୁପୁତ୍ରକୁ ତା’ର ମା ହତ୍ୟାକାରୀ ବୋଲି ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି।

Share