ୟୁଏଇରେ ସ୍ବାମୀଙ୍କ ଗାଡ଼ି ଧକ୍କାରେ ଭାରତୀୟ ମହିଳାଙ୍କ ମୃତ୍ୟୁ

ଦୁବାଇ,୧୮।୧: ଅଜମାନ ଏମିରେଟ୍‌ଠାରେ ସୋମବାର ଜଣେ ୪୫ ବର୍ଷୀୟା ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ବଶତଃ ପାର୍କିଂ ବେଳେ ପତ୍ନୀଙ୍କ ଉପରେ କାର ଚଢ଼ାଇ ଦେଇଛନ୍ତି ସ୍ବାମୀ। ମୃତ ମହିଳା (ଲିଜି) ଓ ତାଙ୍କ ସ୍ବାମୀ ଶନିବାର ହେଲ୍‌ଥ ଚେକ୍‌ ଅପ୍‌ ପାଇଁ ହସ୍ପିଟାଲ ଯାଇଥିଲେ। ସ୍ବାମୀଙ୍କୁ ପାର୍କିଂ ବେଳେ ସାହାଯ୍ୟ କରୁଥିଲେ କାର ସାମ୍ନାରେ ଛିଡ଼ା ହୋଇଥିବା ଲିଜି। ଭୁଲବଶତଃ କାରଟି ଖୁବ୍‌ ସ୍ପିଡ୍‌ରେ ଆଗକୁ ମାଡ଼ି ଯାଇଥିଲା। ଯାହାଫଳରେ ଲିଜିଙ୍କ ମୃତ୍ୟୁ ହୋଇଥିବା ଉମ୍‌ ଅଲ କ୍ୱେନର ଭାରତୀୟ ମହାସଂଘର ସଭାପତି ସାଜାଦ ନାଟିକା କହିଛନ୍ତି। ଲିଜି ଓ ତାଙ୍କ ସ୍ବାମୀ କେରଳର ବାସୀନ୍ଦା। ଏହି ଘଟଣାର ଅଜମାନ ପୋଲିସ ତଦନ୍ତ କରୁଛି।

Share