ହମାସ୍‌ର କ୍ଷେପଣାସ୍ତ୍ର ମାଡ଼ରେ କେରଳୀ ମହିଳା ଆହତ

କୋଟ୍ଟାୟାମ୍‌,୯ା୧୦: ହମାସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲ୍‌ରେ କେୟାରଗିଭର ଭାବେ କାର୍ଯ୍ୟ କରୁଥିବା ଜଣେ କେରଳୀ ମହିଳା ଆହତ ହୋଇଛନ୍ତି। ଶୀଜା ଆନନ୍ଦ ନାମ୍ନୀ ମହିଳାଙ୍କ ଘର କନ୍ନୁର ଜିଲାର ପାୟାଭୁର୍‌ ଅଞ୍ଚଳରେ। ଇସ୍ରାଏଲ୍‌ର ଦକ୍ଷିଣ ଭାଗରେ ଥିବା ଉପକୂଳ ସହର ଆଶକେଲୋନ୍‌ରେ ହମାସ୍‌ର କ୍ଷେପଣାସ୍ତ୍ର ମାଡ଼ରେ ସେ ଆହତ ହୋଇଛନ୍ତି।

ଶୀଜା ତାଙ୍କ ସ୍ବାମୀଙ୍କ ସହ ଭିଡିଓ କଲ୍‌ କରୁଥିବା ବେଳେ ମିସାଇଲ୍‌ ମାଡ଼ ହୋଇଥିଲା। ଇସ୍ରାଏଲ୍‌ରେ ଥିବା ଭାରତୀୟ କମିଶନ ତାଙ୍କ ପାଖରେ ପହଞ୍ଚି ସମସ୍ତ ସହାୟତା ଯୋଗାଇଦେବା ସହ କନ୍ନୁର ଜିଲାରେ ଥିବା ତାଙ୍କ ପରିବାର ସହ ଯୋଗାଯୋଗରେ ରହିଛନ୍ତି। ଶୀଜାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବାରୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ଭାରତୀୟ ଦୂତାବାସ ପକ୍ଷରୁ ଅବଗତ କରାଯାଇଛି।

Share