Categories: ଜାତୀୟ

୧୦୦ ସ୍ବର୍ଣ୍ଣ ମୁଦ୍ରା, ଜାଗା, କାର୍‌ ନେଲା ପରେ ମଧ୍ୟ ଝିଅକୁ ମାରିଦେଲେ

ଥିରୁଭାନ୍ଥପୁରମ,୨୩।୬: ଯୌତୁକ ନିର୍ଯାତନା ଦିଆଯାଉଥିବା ଫଟୋ ପରିବାର ଲୋକଙ୍କୁ ହ୍ବାଟ୍ସଆପ କରିଥିବା ୨୪ ବର୍ଷୀୟା ମହିଳାଙ୍କ ମୃତଦେହ ସ୍ବାମୀଙ୍କ ଘରୁ ମିଳିଛି। ଆୟୁର୍ବେଦିକ ମେଡିସିନ ଛାତ୍ରୀ ବିସମାୟା ନାୟର ହ୍ବାଟ୍ସଆପ୍‌ ମେସେଜ ଜରିଆରେ ସ୍ବାମୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ। ତାଙ୍କ ସ୍ବାମୀ କିରନ କୁମାରଙ୍କୁ ଗିରଫ କରାଯାଇଛି।

ତାଙ୍କ ହ୍ବାଟ୍ସଆପ ମେସେଜ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଘଟଣାର ନିନ୍ଦା କରିବା ସହ ସ୍ବତନ୍ତ୍ର ଅଫିସର ଦ୍ୱାରା ତଦନ୍ତ କରାଯିବ ବୋଲି ଘୋଷଣା କରିଥିଲେ। କୋଲାମ ସ୍ଥିତ ସ୍ବାମୀଙ୍କ ଘର ବାଥରୁମରୁ ଝୁଲନ୍ତା ଅବସ୍ଥାରେ ବିସମାୟାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ପଦାକୁ ଆସିବା ପରେ ୩୦ ବର୍ଷୀୟ କିରନଙ୍କୁ ଚାକିରିରୁ ବରଖାସ୍ତ କରିଛି ରାଜ୍ୟ ପରିବହନ ବିଭାଗ।

ବିସମାୟା ଓ କିରନ ଗତବର୍ଷ ଜୁନରେ ବିବାହ କରିଥିଲେ। ପୀଡ଼ିତାଙ୍କ ବାପାଙ୍କ ଅନୁଯାୟୀ, ଯୌତୁକ ବାବଦକୁ ୧୦୦ ସ୍ବର୍ଣ୍ଣ ମୂଦ୍ରା, ଏକ ଏକର ଜମୀ, ୧୦ ଲକ୍ଷ ଟଙ୍କାର କାର୍‌ ଦେଇଥିଲେ। ଆହୁରି ଯୌତୁକ ଦାବିରେ ଝିଅକୁ ନିର୍ଯାତନା ଦେଉଥିଲେ କିରନ।

Share