Categories: ଜାତୀୟ

କେରଳରେ ମଙ୍କିପକ୍ସ ଲକ୍ଷଣ ଥିବା ବ୍ୟକ୍ତିଙ୍କ ମୃତ୍ୟୁ: ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଥିରୁଭାନନ୍ତପୁରମ୍‌,୧।୮: କେରଳରେ ମଙ୍କିପକ୍ସ ଲକ୍ଷଣ ଥିବା ଜଣେ ୨୨ ବର୍ଷୀୟ ଯୁବକଙ୍କ ରବିବାର ମୃତ୍ୟୁ ଘଟିଛି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବିଦେଶରେ ତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିଲା। ମଙ୍କିପକ୍ସ ଲକ୍ଷଣ ଥିବାରୁ ସେ ଥ୍ରିଶୂରରେ ଚିକିତ୍ସିତ ହେବାକୁ ଚାହିଁଥିଲେ। ଚିକିତ୍ସାରେ କ’ଣ ପାଇଁ ବିଳମ୍ବ ହେଲା ତାହାର ତଦନ୍ତ ହେବ। ଏପରିକି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ଆଇସୋଲେଶନରେ ରହିବା ଲାଗି ପରାମର୍ଶ ଦିଆଯାଇଛି। ଭାରତରେ ବର୍ତ୍ତମାନ ସୁଦ୍ଧା ୪ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। ୭୮ ଦେଶକୁ ଏହି ରୋଗ ବ୍ୟାପିଥିବା ବେଳେ ୧୮,୦୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି।

Share