ଇସ୍ରାଏଲ ପୋଲିସ-ବନ୍ଦୀଙ୍କ ପାଇଁ ଭାରତରେ ତିଆରି ହୁଏ ୟୁନିଫର୍ମ, ଯୁଦ୍ଧ ପାଇଁ ଆସିଛି ଲକ୍ଷ ଲକ୍ଷ ଅର୍ଡର

ନୂଆଦିଲ୍ଲୀ,୧୯।୧୦: ଇସ୍ରାଏଲ ଓ ହମାସ ମଧ୍ୟରେ ବିବାଦ କ୍ରମାଗତ ତୀବ୍ର ହେବାରେ ଲାଗିଛି। ବର୍ତ୍ତମାନ ଏହି ଯୁଦ୍ଧରେ ଇରାନ ମଧ୍ୟ ସାମିଲ ହୋଇଛି। ଇରାନ ବର୍ତ୍ତମାନ ଖୋଲାଖୋଲି ଭାବେ ହମାସକୁ ସମର୍ଥନ କରିଛି। ତେବେ ଏହି ଯୁଦ୍ଧରେ ଇସ୍ରାଏଲ ସମେତ ଅନେକ ଦେଶରେ ଅର୍ଥନୀତି ସଙ୍କଟ ଦେଖାଦେଇଛି। ବିଶେଷ କରି ଭାରତରେ। ଇସ୍ରାଏଲକୁ ଚମଡାର ଭଳିକି ଭଳି ବ୍ୟାଗ ଠୁ ଆରମମ୍ଭ କରି ଜୋତା ଯାଏଁ ଭାରତର କାନପୁରରୁ ରପ୍ତାନୀ ହୋଇଥିାଏ। ଯାହାକି ଯୁଦ୍ଧ ପାଇଁ ଏବେ ବନ୍ଦ ହୋଇଯାଇଛି। କିନ୍ତୁ ଲାଭାନ୍ବିତ ହୋଇଛି କପଡା ବ୍ୟବସାୟ। ଯୁଦ୍ଧ ପାଇଁ ଇସ୍ରାଏଲ ପୋଲିସଙ୍କ ୟୁନିଫର୍ମ ପାଇଁ ଲକ୍ଷ ଲକ୍ଷ ଅର୍ଡର ଆସିଛି।

କେରଳର କନ୍ନୁର କୁଥୁପରମ୍ବା ସହରର ଏକ କାରଖାନାରେ ଗତ ୮ ବର୍ଷ ଧରି ଇସ୍ରାଏଲ ପୋଲିସ ପାଇଁ ୟୁନିଫର୍ମ ତିଆରି ହେଉଛି। ଯୁଦ୍ଧକୁ ଦୃଷ୍ଟିରେ ରଖି ୟୁନିଫର୍ମ ତିଆରି ପାଇଁ ବରାଦ ଦିଆଯାଇଛି। ବନ୍ଦୀମାନଙ୍କ ପାଇଁ କପା ଓ ପଲିଷ୍ଟର କପଡା ଅଲିଭ ଗ୍ରୀନ ଷ୍ଟ୍ରେଚ ସାର୍ଟ ଏବଂ ପ୍ୟାଣ୍ଟ ୟୁନିଫର୍ମ ସିଲେଇ କରିବା ପାଇଁ ଅର୍ଡର ଆସିଥାଏ। ଯୁଦ୍ଧକୁ ନେଇ ଶୀଘ୍ର ୟୁନିଫର୍ମ ପଠାଇବାକୁ କୁହାଯାଇଛି। ସେହିପରି ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ୪୦ ହଜାର ୟୁନିଫର୍ମ ସିଲେଇ କରିବା ପାଇଁ ଅର୍ଡା ଅସିଥାଏ। ଏଥିରେ ୧ଲକ୍ଷ ୟୁନିଫର୍ମ ପୋଲିସ ପାଇଁ ଥିବାବେଳେ ୨୫ରୁ ୪୦ହଜାର ୟୁନିଫର୍ମ ଜେଲ ଅନ୍ତେବାସୀଙ୍କ ପାଇଁ ତିଆରି ହୋଇଥାଏ। ଏହା ବ୍ୟତୀତ ଏହି କାରଖାନା କୁଏତ ସୁରକ୍ଷା ବାହିନୀ, କାତାର ସୁରକ୍ଷା ବାହିନୀ, ସାଉଦି ଆରବ, ଫିଲିପାଇନ୍ସ ଇତ୍ୟାଦି ଦେଶର ସାମରିକ ବାହିନୀକୁ ମଧ୍ୟ ୟୁନିଫର୍ମ ଯୋଗାଇଥାଏ।

ଏହି କାରଖାନରେ ପ୍ରାୟ ୧୫ଶହ ଲୋକ କାମ କରନ୍ତି । ବିଶେଷ କଥା ହେଉଛି ସେମାନଙ୍କ ମଧ୍ୟରେ ୧୩ଶହ ମହିଳା ଅଛନ୍ତ। ଏହି ମହିଳାମାନେ ହିଁ ଇସ୍ରାଏଲ ସୈନିକ ଓ ବନ୍ଦୀମାନଙ୍କ ପାଇଁ ପୋଷାକ ପ୍ରସ୍ତୁତ କରନ୍ତି।

Share