Advertisement

ଅଧିକ ୬ଟଙ୍କାରେ ବିକ୍ରି ହେଉଛି କିରୋସିନ

ବାଉଁଶୁଣୀ,୯।୪(ଡି.ଏନ୍‌.ଏ.): ସରକାର ଲୋକଙ୍କୁ ଚାଉଳ, ଗହମ, କିରୋସିନ ଆଦି ସାମଗ୍ରୀ ରିହାତି ଦରରେ ଯୋଗାଇ ଦେଉଛନ୍ତି। ହେଲେ କିଛି ଅସାଧୁ କର୍ମଚାରୀ ଅଧିକ ଦରରେ ବିକି ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି। ସେଭଳି ଏକ ଅଭିଯୋଗ ଆସିଛି ବୌଦ୍ଧ ବ୍ଲକ ଗୁନ୍ଦୁଳିଆ ପଞ୍ଚାୟତରୁ।

ଏଠାରେ ଗରିବ ଖାଉଟିମାନଙ୍କୁ ସରକାର ଦେଉଥିବା କିରୋସିନ ଅଧିକ ଦରରେ ବିକ୍ରି କରୁଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, କିରୋସିନ ଲିଟର ପିଛା ସରକାର ୬୯ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଖାଉଟିମାନଙ୍କଠାରୁ ୭୫ ଟଙ୍କା ନିଆ ଯାଉଥିବାରୁ ଖାଉଟିଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଲିଟର ପିଛା ୬ ଟଙ୍କା ଅଧିକ ନେଇ ଗୁନ୍ଦୁଲିଆ ଭଳି ଆଦିବାସୀ ହରିଜନ ଅଧ୍ୟୁଷିତ ଅଞ୍ଚଳରେ ଲୁଟ କରାଯାଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବୌଦ୍ଧ ବ୍ଲକ ଯୋଗାଣ ନିରୀକ୍ଷକ ବିପିନ ମହାପାତ୍ରଙ୍କ ପ୍ରତିକ୍ରିୟା ନେବାକୁ ତାଙ୍କ ମୋବାଇଲ ନମ୍ବର୍‌କୁ ଯୋଗଯୋଗ କରାଯାଇଥିଲା। ମାତ୍ର ସେ ଫୋନ ଉଠାଇ ନ ଥିଲେ l ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପଞ୍ଚାୟତବାସୀ ଦାବି କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share