Categories: ଜାତୀୟ

‘କେସିଆର ପାର୍ଟି ଭାଜପାର ବି-ଟିମ’

ନୂଆଦିଲ୍ଲୀ,୧୮।୮: ଚଳିତ ବର୍ଷ ତେଲେଙ୍ଗାନା ସମେତ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନର କିଛି ମାସ ପୂର୍ବରୁ ତେଲେଙ୍ଗାନାରେ ରାଜନୀତି ସରଗରମ ହୋଇଛି। କଂଗ୍ରେସକୁ ଟାର୍ଗେଟ କରି ଦାରିଦ୍ର୍ୟ ଦୂରୀକରଣ କରିବା ପରିବର୍ତ୍ତେ ଗରିବ ଲୋକଙ୍କୁ ବିନାଶ କରୁଥିବା ଅଭିଯୋଗ କରିଛନ୍ତି ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ନେତା କେ. କବିତା। କରିଛି। କଂଗ୍ରେସ ଏହାର ଜବାବ ଦେଇଛି।
କଂଗ୍ରେସ ରାଜ୍ୟ ସଭାପତି ରେଭନ୍ତ ରେଡ୍ଡୀ କବିତାଙ୍କ ବିବୃତ୍ତିର ଜବାବ ଦେଇ କହିଛନ୍ତି, ବିଆରଏସ ତେଲେଙ୍ଗାନାରେ ଭାଜପାର ବି-ଟିମ ହୋଇଛି। ଆପଣ ଭାବୁଛନ୍ତି ଏହି ବିଆରଏସର ଅର୍ଥ ହେଉଛି ଭାରତ ରାଷ୍ଟ୍ର ସମିତି, କିନ୍ତୁ ରାହୁଲ ଗାନ୍ଧୀ ଯେପରି ସ୍ପଷ୍ଟ ଭାବରେ କହିଛନ୍ତି ଏହାର ଅର୍ଥ ହେଉଛି ‘ଭାଜପା ସମ୍ପର୍କୀୟ ସମିତି’। ରାଜ୍ୟରେ କଂଗ୍ରେସ ଦଳକୁ ପରାସ୍ତ କରିବାକୁ ବିଆରଏସ ଭାଜପାର ବି-ଟିମ ହୋଇଛି।

Share