Categories: ଜାତୀୟ

ଉତ୍ତର ପ୍ରଦେଶ ନିର୍ବାଚନରେ ଲୁଙ୍ଗି-ଟୋପିର ଏଣ୍ଟ୍ରି କରାଇଲେ କେଶବ ପ୍ରସାଦ

ଲକ୍ଷ୍ନୌ,୪ ।୧୨: ଉତ୍ତର ପ୍ରଦେଶ ନିର୍ବାଚନର ସମୟ ଯେତିକି ଯେତିକି ପାଖେଇ ଆସୁଛି ରାଜନୀତି ବେଳକୁ ବେଳ ସରଗରମ ହୋଇ ଉଠୁଛି । ସମସ୍ତ ଦଳ ନିଜ ନିଜର ବିରୋଧୀଙ୍କୁ ଟାର୍ଗେଟ କରି ଚାଲିଛନ୍ତି । ଇତିମଧ୍ୟରେ ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିଠି ଥାପୁଡେଇଛନ୍ତି । ସେ କହିଛନ୍ତି ସମାଜବାଦୀ ପାର୍ଟିର ଶାସନକାଳ ମଧ୍ୟରେ ଜାଲି ଟୋପି ପିନ୍ଧୁଥିବା ଗୁଣ୍ଡା ବ୍ୟବସାୟୀଙ୍କୁ ଡରାଇବା, ଧମକାଇବା କାମ କରୁଥିଲେ । ହେଲେ ଭାରତୀୟ ଜନତା ପାର୍ଟି(ଭାଜପା)ସରକାର ଆସିବା ପରେ ଗୁଣ୍ଡା ଆଉ ଦେଖାଯାଉ ନାହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ୨୦୧୭ ନିର୍ବାଚନ ପୁର୍ବରୁ ଉତ୍ତର ପ୍ରଦେଶର କେତେ ଲୁଙ୍ଗି ଛାପ ଗୁଣ୍ଡା ବୁଲୁଥିଲେ । ହେଲେ ଏବେ ଏମାନେ ଆଉ ଦେଖାଯାଉ ନାହାନ୍ତି । ଏବେ ଉତ୍ତର ପ୍ରଦେଶ ଶାନ୍ତ ହୋଇଯାଇଛି । ଆଇନ ବ୍ୟବସ୍ଥା ସଠିକ ଢଙ୍ଗରେ ଚାଲୁଛି ବୋଲି ମୋର୍ଯ୍ୟ କହିଛନ୍ତି । ଭାଜପା ଦ୍ୱାରା ଆୟୋଜିତ ମଣ୍ଡଳ ବ୍ୟବସାୟୀ ସମ୍ମିଳନୀରେ ସମ୍ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି ।

Share