କେଶୁ ଦାସ ‘ବିଶ୍ୱ ଓଡ଼ିଶା କଳା ପରିଷଦ’ର ଅଧ୍ୟକ୍ଷ

ବାଲେଶ୍ୱର ଅଫିସ, ୨୨।୧: ବାଲେଶ୍ୱର ବିଶିଷ୍ଟ ଶିଳ୍ପୀ କେଶୁ ଦାସଙ୍କୁ ‘ବିଶ୍ୱ ଓଡ଼ିଶା କଳା ପରିଷଦ’ର ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ଓଡ଼ିଶା ବିଧାନସଭା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଓଡ଼ିଆ ଜାତୀୟତା ଜାଗରଣ ଅଭିଯାନ ‘ବିଶ୍ୱ ଓଡ଼ିଶା’ର ନବବର୍ଷ ସଂକଳ୍ପ କାର୍ଯ୍ୟକ୍ରମ ଅଧ୍ୟକ୍ଷ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଶ୍ୱବ୍ୟାପୀ ଓଡ଼ିଆଙ୍କ ମଧ୍ୟରେ ସମ୍ପର୍କ, ସମନ୍ବୟ ରଖି ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିବା ସହ ଆଗାମୀ ଦିନରେ ଓଡ଼ିଶାର କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଭାଷା, ସାହିତ୍ୟ, ସଂସ୍କୃତି, ଖାଦ୍ୟ ପାନୀୟ, ବେଶ ପୋଷାକ ତଥା ପର୍ଯ୍ୟଟନକୁ ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର କରିବ ବୋଲି ନବନିଯୁକ୍ତ ଅଧ୍ୟକ୍ଷ ଦାଶ ମତ ରଖିଛନ୍ତି।

Share