କେସିଙ୍ଗା,୧୪ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀ ଭାବେ ପ୍ରଣବ କୁମାର ଚାନ୍ଦ ଯୋଗଦାନ କରିଛନ୍ତି। କେସିଙ୍ଗା ଏନ୍ଏସିର ପୂର୍ବତନ ନିର୍ବାହୀ ଅଧିକାରିଣୀଙ୍କ ମନମୁଖୀ କାର୍ଯ୍ୟରେ ଲୋକେ ଅତିଷ୍ଠ ହୋଇ ଗଣଆନ୍ଦୋଳନ କରି କେସିଙ୍ଗା ବନ୍ଦ ଡାକରା ଓ ରାଜରାସ୍ତାକୁ ଅବରୋଧ କରାଯାଇଥିଲା। ରାଜ୍ୟ ସରକାର ୨୪ ଘଣ୍ଟା ମଧ୍ୟରେ ପୂର୍ବତନ କେସିଙ୍ଗା ଦାବିକୁ ସମ୍ମାନ ରଖି ଏନ୍ଏସି ନିର୍ବାହୀ ଅଧିକାରିଣୀଙ୍କୁ ବଦଳି କରି ତାଙ୍କ ସ୍ଥାନରେ ମାନେଶ୍ୱର ବ୍ଲକ ବିଡିଓ ପ୍ରଣବ କୁମାର ଚାନ୍ଦ କେସିଙ୍ଗା ଏନ୍ସି ନିର୍ବାହୀ ଅଧିକାରୀ ଭାବେ ଯୋଗଦେଇ ନିଜର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। କେସିଙ୍ଗା ଏନ୍ଏସିର ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମରେ ଅଗ୍ରଗତି କରିବା ସହ ଲୋକଙ୍କ ସହ ମିଳିମିଶି ରହିବା ବୋଲି ପ୍ରକାଶ କରିଥିଲେ।