ବିଧାୟକ, ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରୁଛନ୍ତି କେସିଙ୍ଗା ନଗରପାଳ

କେସିଙ୍ଗା,୯ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ଓ୍ବାର୍ଡ ନମ୍ବର ୬ରେ ନଗରପାଳ ନୃପରାଜ ଯାଦବ ପ୍ରଚଣ୍ଡ ଟାଣଖରାକୁ ଖାତିର ନ କରି ଓ୍ବାର୍ଡ ନଂ ୬ର ଘରକୁ ଘର ବୁଲି ବିଧାୟିକା ପ୍ରାର୍ଥିନୀ ଲଳିତା ନାଏକ,ଏମ୍‌.ପି. ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ପାଇଁ ହାତ ଯୋଡ଼ି ଶଙ୍ଖ ଚିହ୍ନରେ ଭୋଟ୍‌ ଦେବା ପାଇଁ ନିବେଦନ କରୁଛନ୍ତି।

କେସିଙ୍ଗା ସହରର ୧୨ଟି ଓ୍ବାର୍ଡରେ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ଯୋଜନା ଏବଂ ସହରରେ ପ୍ରତ୍ୟେକ ଓ୍ବାର୍ଡରେ କରାଯାଇଥିବା ଜନ କଲ୍ୟାଣ ଯୋଜନା ତଥା ଆଗାମୀ ଦିନରେ ସହରରେ କ’ଣ ଆଭିମୁଖ୍ୟ ରହିଛି ସେ ବିଷୟରେ ଓ୍ବାର୍ଡବାସୀଙ୍କ ଆଗରେ କହିଥିଲେ। ଏହି କାର୍ଯ୍ୟକ୍ରମଗୁଡ଼ିକରେ ପୂର୍ବତନ ନଗରପାଳିକା ଗୀତାଞ୍ଜଳି ବାରିହା, ଉପାଧ୍ୟକ୍ଷା ସରସ୍ବତୀ ସାହା,ଟାଉନ ସଭାପତି ରମେଶ ପଟ୍ଟନାୟକ, ପୂର୍ବତନ ଉପାଧ୍ୟକ୍ଷ ନରସିଂହ ନିଆଲ, କାଉନସିଲର ରମେଶ ଜେନାଙ୍କ ସମେତ ବିଜେଡିର ସମସ୍ତ କାଉନସିଲର ଉପସ୍ଥିତ ହୋଇ ଭବାନୀପାଟଣା ବିଧାନସଭା କ୍ଷେତ୍ରରେ ଟିକେଟ୍‌ ପାଇଥିବା ବିଧାୟିକା ପ୍ରାର୍ଥିନୀ ଲଳିତା ନାଏକ,ଏମ୍‌.ପି.ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍‌ ଦେବା ପାଇଁ ପ୍ରଚାର କରିଥିଲେ।

Share