ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ

କେସିଙ୍ଗା,୨୪ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିରେ ପୌର ନିର୍ବାଚନ ଗୁରୁବାର ଅନୁଷ୍ଠିତ ହେଉଛି।ବର୍ତ୍ତମାନ ୧୭ଟି ଭୋଟ୍‌ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ଭାବେ ମତଦାନ ଚାଲିଛି। ଏହି କେନ୍ଦ୍ରଗୁଡ଼ିକ ମଧ୍ୟରୁ ସରକାରୀ ବାଳିକା ବିଦ୍ୟାଳୟ ଠାରେ ୬ ଓ ୭ ଓ୍ବାର୍ଡ ପାଇଁ ଗୋଲାପୀ ମତଦାନ କେନ୍ଦ୍ର ଖୋଲା ଯାଇଥିବାବେଳେ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ୯ ଓ ୧୦ ଓ୍ବାର୍ଡ ପାଇଁ ଆଦର୍ଶ ମତଦାନ କେନ୍ଦ୍ର ଖୋଲାଯାଇଛି। ଏହି ସ୍ବତନ୍ତ୍ର ଦୁଇ ଭୋଟ୍‌ କେନ୍ଦ୍ରରେ ମହିଳା, ପୁରୁଷ, ଯୁବବର୍ଗ, ଦିବ୍ୟାଙ୍ଗମାନଙ୍କପାଇଁଛାଇ ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି।