Categories: ଫୁରସତ

ଦାମୀ କେଟ୍‌ଲୀ

ଚା’ ପ୍ରିୟ ଲୋକ ସାରା ପୃଥିବୀରେ ଅଛନ୍ତି। ଆଉ ତାକୁ ଅନେକେ ନିଜ ନିଜ ପସନ୍ଦର ଢଙ୍ଗରେ ପିଅନ୍ତି। ତେବେ ଚା’କୁ ସର୍ଭ କରିବା ଲାଗି ପ୍ରାୟ ସମସ୍ତେ ଗୋଟିଏ ଜିନିଷ ବ୍ୟବହାର କରନ୍ତି। ସେ ହେଉଛି କେଟ୍‌ଲୀ। ଚା’କୁ ଗରମ ରଖିବା ଓ ସହଜରେ କପ୍‌ରେ ଢାଳିବାରେ ଏହା ସାହାଯ୍ୟ କରିଥାଏ। ହେଲେ ଏମିତି ବି ଏକ କେଟ୍‌ଲୀ ଅଛି ଯେଉଁଥିରେ ଚା’ ରଖିବା ପୂର୍ବରୁ ଅନେକ ଥର ଭାବିବାକୁ ପଡ଼ିବ। କାରଣ ଏହା ଯେମିତି ସୁନ୍ଦର ସେମିତି ଦାମୀ ମଧ୍ୟ। ସୁନା, ହୀରା, ରୁବି ଆଦିରେ ନିର୍ମିତ ଉକ୍ତ କେଟ୍‌ଲୀ ପୃଥିବୀର ସବୁଠାରୁ ଦାମୀ କେଟ୍‌ଲୀ ଭାବେ ପରିଚିତ। ବ୍ରିଟେନ୍‌ର ଏନ ସାଠିୟା ଫାଉଣ୍ଡେଶନ୍‌ ଦ୍ୱାରା ନିର୍ମିତ ଏହି କେଟ୍‌ଲୀ ୧୮ କ୍ୟାରେଟ୍‌ ସୁନାରେ ତିଆରି। ଆଉ ଏହାର ବାହାରପଟ ଭାଗ ସମ୍ପୂର୍ଣ୍ଣଭାବେ ହୀରାରେ ଖଚ୍ଚିତ ହୋଇଛି। ତା’ସହ ମଝିରେ ୬.୬୭ କ୍ୟାରେଟ୍‌ ରୁବି ଲାଗିଛି। କେଟ୍‌ଲୀର ହ୍ୟାଣ୍ଡେଲ ଉଦ୍ଧାର କରାଯାଇଥିବା ମାମଥ୍‌ ଜୀବଶ୍ମର ଦାନ୍ତରୁ ତିଆରି କରାଯାଇଛି। ୨୦୧୬ରେ ଏହାର ମୂଲ୍ୟ ଆକଳନ କରାଯାଇଥିଲା। ଆଉ ତାହା ଥିଲା ୨୪ କୋଟି ଟଙ୍କା। ଏବେ ତ ଏହାର ମୂଲ୍ୟ ଆହୁରି ଅଧିକ ହେବ ବୋଲି କୁହାଯାଉଛି।

Share