Categories: ଖେଳ

ବିଶ୍ୱକପ୍‌ ପୂର୍ବରୁ ସନ୍ୟାସ ଘୋଷଣା କରି ଚମକାଇଲେ ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ,୧୬।୮: ଆୟର୍ଲାଣ୍ଡର ତାରକା ଅଲରାଉଣ୍ଡର କେଭିନ୍‌ ଓ’ ବ୍ରାଇନ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ସେ ନିଜର ଟୁଇଟର ଆକାଉଣ୍ଟରେ ପୋଷ୍ଟ କରି ଏନେଇ ଘୋଷଣା କରିଛନ୍ତି। ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଅବିଶ୍ୱସନୀୟ ସମର୍ଥନ ଲାଗି କେଭିନ ତାଙ୍କ ପ୍ରଶିକ୍ଷକ(କୋଚ୍‌), ପରିବାର, ସ୍ତ୍ର ଏବଂ ପ୍ରଶଂସକଙ୍କୁ ବିଶେଷ କୃତଜ୍ଞତା ଜଣାଇଛନ୍ତି।

୩୮ ବର୍ଷୀୟ କେଭିନ ଦୀର୍ଘଦିନ ଧରି ଖେଳୁଥିବା ଆୟରିଶ କ୍ରିକେଟରଙ୍କ ମଧ୍ୟରୁ ଜଣେ। ସେ ନିଜର ୧୬ ବର୍ଷର କ୍ୟାରିୟରରେ ଆୟର୍ଲାଣ୍ଡ ଲାଗି ସମସ୍ତ ଫର୍ମାଟରେ ୨୬୬ ମ୍ୟାଚ୍‌ ଖେଳିଥିଲେ। ତେବେ ସେ ନିଜର ପୋଷ୍ଟରେ କହିଛନ୍ତି ଯେ, ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପରେ ସେ ଅବସର ନେବାକୁ ଚାହୁଁଥିଲେ। ହେଲେ ଗତ ବର୍ଷ ଦଳର ଟି୨୦ ଟିମ୍‌ର ଲଜ୍ଜାଜନକ ପ୍ରଦର୍ଶନ ପରେ ସେ ସମୟ ପୂର୍ବରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି।

Share