Categories: ଖେଳ

ଶାହାଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପିଟରସେନ

ନୂଆଦିଲ୍ଲୀ,୪।୩: ଇଂଲଣ୍ଡ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ କେଭିନ୍‌ ପିଟରସେନ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପିଟରସେନ ଏବେ ଏକ ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭାରତ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ପ୍ରଥମେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଏବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ନେଇ ପିଟରସେନ ଟୁଇଟ୍‌ କରି କହିଛନ୍ତି, ନରେନ୍ଦ୍ର ମୋଦି ସାର୍‌ ନିଜର ଜନ୍ମଦିନରେ ଚିତାମାନଙ୍କୁ ଜଙ୍ଗଲରେ ଛାଡ଼ିବା ବିଷୟରେ ଭାବୁକତା ଏବଂ ଉତ୍ସାହ ସହ କଥାହେବା ଗୌରବର ବିଷୟ। ହସ ହସ ମୁହଁ ସହ ଦୃଢ଼ ହ୍ୟାଣ୍ଡସେକ୍‌ ଲାଗି ଧନ୍ୟବାଦ। ବାସ୍ତବରେ ମୁଁ ଆପଣଙ୍କୁ ଭେଟିବାକୁ ନେଇ ଉତ୍ସାହିତ ଅଛି ବୋଲି ସେ କହିଛନ୍ତି।

କହିରଖୁଛୁ, ପିଟରସେନଙ୍କ ଭାରତ ପ୍ରେମ କାହାକୁ ବି ଅଛପା ନୁହେଁ। ସେ ଅନେକ ଥର ହିନ୍ଦୀରେ ଟୁଇଟ୍‌ କରି ଭାରତ ପ୍ରତି ନିଜର ଭଲପାଇବା ଦର୍ଶାଇଛନ୍ତି। ପୂର୍ବରୁ ମୋଦି ମଧ୍ୟ ତାଙ୍କ ପ୍ରଶଂସାରେ ଟୁଇଟ୍‌ କରିଛନ୍ତି। ଏମିତିରେ ଉଭୟଙ୍କ ମଧ୍ୟରେ ଔପଚାରିକ ଭେଟଘାଟ ବେଶ ସୁଖଦ ଥିଲା ବୋଲି କୁହାଯାଉଛି।

Share