ଝିଅ ହୋଇ ପୁଅ ଚରିତ୍ରରେ ନଜର ଆସୁଥିଲେ, ଏବେ ଛାଡ଼ିଲେ ଶୋ’

ବମ୍ବେ: ପରଦାରେ ପୁଅ ହେଲେ ବାସ୍ତବରେ ଝିଅ। ଆମେ କଥା ହେଉଛୁ ଟେଲି ଧାରାବାହିକ ‘ଛୋଟି ସରଦାରନୀ‘ରେ ପରମ ଭୂମିକାରେ ନଜର ଆସୁଥିବା ଶିଶୁ କଳାକାର କେଭିନା ଟାକଙ୍କ ବିଷୟରେ। ତାଙ୍କୁ ବୟସ ଏବେ ମାତ୍ର ଛଅ ବର୍ଷ। ଶୋ’ରେ ସରବଜୀତ ଏବଂ ମେହେରଙ୍କ ପୁଅ ଭୂମିକାରେ ସେ ନଜର ଆସୁଛନ୍ତି। ତାଙ୍କର ଅଭିନୟ ସମସ୍ତଙ୍କ ମନ ଜିଣି ଆସୁଥିବା ବେଳେ ଧାରାବାହିକ ଟିଆର୍‌ପି ତାଲିକାରେ ରହୁଛି।

କେଭିନା ଝିଅ ହୋଇଥିବା ବେଳେ ପୁଅ ଭୂମିକା ବେଶ୍‌ ଭଲ ଭାବେ କରୁଛନ୍ତି। ସେ ଜଣେ ମଡେଲ ମଧ୍ୟ। ୨୦୧୯ରେ ସେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଟେଲିଭିଜନ ପାଇଁ କାମ କରିବା ପୂର୍ବରୁ ସେ ତବ୍ବୁ, କଟ୍ରିନା ଏବଂ ସଲମାନଙ୍କ ଫିଲ୍ମ ‘ଭାରତ’ରେ ନଜର ଆସିଥିଲେ। ତେବେ ଆଗାମୀ ଦିନରେ ଶୋ’ରେ ଲିପ୍‌ ଆସୁଥିବାରୁ ପରମଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ। ସେ ବିଦାୟ ନେଉଥିବାରୁ ସମସ୍ତେ ଦୁଃଖ ପ୍ରକାଶ କରୁଛନ୍ତି।

Share