ନୂଆଦିଲ୍ଲୀ,୨୧।୧୧: ଅନ୍ତଃରାଷ୍ଟ୍ରୀୟ ଫାଷ୍ଟଫୁଡ ବ୍ରାଣ୍ଡ୍ କେଏଫସି ପ୍ରଥମ ଥର ପାଇଁ ନେସ୍ଲେ ସହଭାଗିତାରେ ଏକ ସ୍ବତନ୍ତ୍ର ଡିସ୍ ‘ପପ୍କର୍ଣ୍ଣ ମ୍ୟାଗି ବାଉଲ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି। ବିଶେଷକରି କେଏଫ୍ସି ଇଣ୍ଡିଆ ମ୍ୟାଗିରୁ ପ୍ରସ୍ତୁତ କେଏଫ୍ସି ପପ୍କର୍ଣ୍ଣ ବାଉଲ୍ର ସ୍ବାଦ ଗ୍ରାହକଙ୍କୁ ଯୋଗାଇ ଦେବାକୁ ଯାଉଛି। ଏପରିକି ଏହି ୨ ଆଇକନିକ୍ ବ୍ରାଣ୍ଡ୍ ଏକ ଉପଯୁକ୍ତ ବାଉଲ୍ରେ କେଏଫ୍ସିର ସିଗ୍ନେଚର ଚିକେନ୍ ପପ୍କର୍ଣ୍ଣ ଓ ମ୍ୟାଗି ନୁଡଲ୍ସର ଡିସ୍ ପ୍ରଦାନ କରିବେ।
ଏ ସମ୍ପର୍କରେ କେଏଫ୍ସି ଇଣ୍ଡିଆର ଜିଏମ୍ ମୋକ୍ଷ ଚୋପ୍ରା କହିଛନ୍ତି, ଉଭୟ ମ୍ୟାଗି ଓ କେଏଫ୍ସି ଆଇକନିକ୍ ବ୍ରାଣ୍ଡ୍ ହୋଇଥିବା ବେଳେ ଉପଭୋକ୍ତାମାନେ ମଧ୍ୟ ଏହାକୁ ବେଶ ପସନ୍ଦ ଓ ବାସ୍ତବରେ ଉପଭୋଗ ମଧ୍ୟ କରିଥାନ୍ତି। ଉଭୟ କମ୍ପାନୀର ସହଭାଗିତାରୁ ଏକ ସ୍ବାଦିଷ୍ଟ ରେସିପି ମଧ୍ୟ ମିଳିପାରିଛି।