ବାହୁବଳୀ -୨କୁ ପଛରେ ପକାଇ ରେକର୍ଡ ଭାଙ୍ଗିଲା କେଜିଏଫ-୨

ଫିଲ୍ମ ‘କେଜିଏଫ-୨’ ବକ୍ସ ଅଫିସ୍‌ରେ ଭଲ ଆୟ କରୁଛି। ବର୍ତ୍ତମାନ କଲେକ୍ସନ ଜାରି ରହିଥିବା ବେଳେ ଫିଲ୍ମ ରିଲିଜର ୫ମ ଦିନରେ ୨୦୦ କୋଟିରୁ ଅଧିକ ଆୟ କରି ବାହୁବଳୀ -୨ର ରେକର୍ଡ ଭାଙ୍ଗିଛି। ବାହୁବଳୀ ୨ ରିଲିଜ ହେବାର ୭ ଦିନ ମଧ୍ୟରେ ୨୦୦ କୋଟି ଆୟ କରି ରେକର୍ଡ କରିଥିଲା। ତେବେ ଏହି ରେକର୍ଡ ଏବେ କେଜିଏଫ୍‌ -୨ ଭାଙ୍ଗିଛି। ତେବେ ବକ୍ସ ଅଫିସ୍‌ରେ ଫିଲ୍ମ ଯେଉଁଭଳି ଭାବରେ ବ୍ୟବସାୟ ଜାରି ରଖିଛି ୭ ଦିନ ମଧ୍ୟରେ ଏହା ଆଉ ଏକ ରେକର୍ଡ ଭାଙ୍ଗିପାରେ ବୋଲି ଆଶା ରହିଛି।
ସୂଚନାନୁଯାୟୀ, କେଜିଏଫ-୨ର ହିନ୍ଦୀ ଭର୍ସନ ରିଲିଜ ହେବା ଦିନ ୫୩.୯୫ କୋଟି ଆୟ କରିଥିଲା। ଏହାପରେ ଦିତୀୟ ଦିନରେ ୪୬.୭୯ କୋଟି, ତୃତୀୟ ଦିନରେ ୪୨.୯ କୋଟି, ଚତୁର୍ଥ ଦିନରେ ୫୧ କୋଟି ଏବଂ ପଞ୍ଚମ ଦିନରେ ୨୪ କୋଟି ବ୍ୟବସାୟ କରି ମୋଟ ୨୧୯ କୋଟିର ଆୟ କରିଛି।

Share