ପ୍ରଥମ ଦିନରେ ୧୩୦ କୋଟିରୁ ଅଧିକ ଟଙ୍କା ଆୟ କରିଛି ‘କେଜିଏଫ-୨!

ରକିଂ ଷ୍ଟାର୍‌ ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ-୨’ ଏପ୍ରିଲ ୧୪ରେ ରିଲିଜ୍‌ ହୋଇଯାଇଛି। ଫିଲ୍ମ ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ‘ଆର୍‌ଆର୍‌ଆର୍‌’କୁ ମଧ୍ୟ ପଛରେ ପକାଇ ରେକର୍ଡ କରିଥିଲା। ଫିଲ୍ମକୁ ଦେଖିବା ପାଇଁ ସିନେମା ହଲରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି। ତେବେ ପ୍ରଥମ ଦିନରେ ଫିଲ୍ମଟି ୧୩୦ କୋଟିରୁ ଅଧିକ ଟଙ୍କା ଆୟ କରିଥିବା ଅନୁମାନ କରାଯାଉଛି। ଆଗାମୀ ଦିନରେ ମଧ୍ୟ ଫିଲ୍ମଟି ଅଧିକ ଆୟ କରିବା ନେଇ ଆଶା କରାଯାଉଛି।
‘ସିନେମାରେ ଫିଲ୍ମ ଷ୍ଟାର୍‌ ୟଶଙ୍କ ସହ ସଞ୍ଜୟ ଦତ୍ତ, ଶ୍ରୀନିଧି ସେଟ୍ଟୀ, ରବିନା ଟଣ୍ଡନ ଏବଂ ପ୍ରକାଶ ରାଜ ଅଭିନୟ କରଛନ୍ତି। ଫିଲ୍ମଟି କନ୍ନଡ ସମେତ ତେଲୁଗୁ, ହିନ୍ଦୀ, ତାମିଲ ଏବଂ ମାଲାୟାଲମ ଭାଷାରେ ରିଲିଜ ହୋଇଛି। ଏହା ହେଉଛି ପ୍ରଥମ କନ୍ନଡ ସିନେମା ଯାହା ଆଇମାକ୍ସରେ ମୁକ୍ତିଲାଭ କରିଛି। ୨୦୧୮ରେ ‘କେଜିଏଫ-୧’ ମୁକ୍ତିଲାଭ କରିଥିବା ବେଳେ ଏହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ।

Share