ଖୁବ୍‌ଶୀଘ୍ର ୧୦୦୦ କୋଟି ଛୁଇଁବ ‘କୋଜିଏଫ୍‌-୨’

ଫିଲ୍ମ ଷ୍ଟାର୍‌ ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କୋଜିଏଫ୍‌-୨’ ରିଲିଜ୍‌ ହେବା ପରେ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳୁଛି। ବର୍ତ୍ତମାନ ଫିଲ୍ମଟି ୧୬ ଦିନରେ ମୋଟ ବକ୍ସ ଅଫିସ ୯୫୦ କୋଟି ଟଙ୍କା ଅତିକ୍ରମ କରିସାରିଲାଣି। ତେବେ ଫିଲ୍ମଟି ବହୁତ ଜଲ୍‌ଦି ୧୦୦୦ କୋଟି ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଯାଉଛି। କନ୍ନଡ ସମେତ ତେଲୁଗୁ, ହିନ୍ଦୀ, ତାମିଲ ଏବଂ ମାଲାୟାଲମ ଭାଷାରେ ଏହି ଫିଲ୍ମଟି ମୁକ୍ତିଲାଭ କରିଥିଲା। ଫିଲ୍ମରେ ୟସଙ୍କ ସମେତ ସଞ୍ଜୟ ଦତ୍ତ, ଶ୍ରୀନିଧି ସେଟ୍ଟୀ, ରବିନା ଟଣ୍ଡନ ଏବଂ ପ୍ରକାଶ ରାଜ ଅଭିନୟ କରଛନ୍ତି।

Share