କିଛି ସମୟର ଅପେକ୍ଷା, ରିଲିଜ୍‌ ହେବ ‘କେଜିଏଫ-୨’

ଆଉ ମାତ୍ର କିଛି ଘଣ୍ଟା ପରେ ‘କେଜିଏଫ-୨’ ରିଲିଜ୍‌ ହେବାକୁ ଯାଉଛି। ଏହାକୁ ନେଇ ଦର୍ଶକ ଖୁବ୍‌ ଉତ୍ସାହ ଅଛନ୍ତି। ଫିଲ୍ମ ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ରେକର୍ଡ କରିଥିବା ବେଳେ ‘ଆର୍‌ଆର୍‌ଆର୍‌’କୁ ମଧ୍ୟ ପଛରେ ପକାଇ ଦେଇଛି। ‘ଆର୍‌ଆର୍‌ଆର୍‌’ ଆଡଭାନ୍ସ ବୁକିଂରେ ୫କୋଟି ଟଙ୍କା ଆୟ କରିଥିଲା ବେଳେ ‘କେଜିଏଫ-୨’ ୨୫ କୋଟି ଆୟ କରି ଇତିହାସ ସୃଷ୍ଟି କରିଛି । ସିନେମାରେ ଫିଲ୍ମ ଷ୍ଟାର୍‌ ୟଶଙ୍କ ସହ ସଞ୍ଜୟ ଦତ୍ତ, ଶ୍ରୀନିଧି ସେଟ୍ଟୀ, ରବିନା ଟଣ୍ଡନ ଏବଂ ପ୍ରକାଶ ରାଜ ଅଭିନୟ କରଛନ୍ତି। ଫିଲ୍ମଟି କନ୍ନଡ ସମେତ ତେଲୁଗୁ, ହିନ୍ଦୀ, ତାମିଲ ଏବଂ ମାଲାୟାଲମ ଭାଷାରେ ରିଲିଜ ହେବ। ଏହା ହେଉଛି ପ୍ରଥମ କନ୍ନଡ ସିନେମା ଯାହା ଆଇମାକ୍ସରେ ମୁକ୍ତିଲାଭ କରୁଛି ।
୨୦୧୮ରେ ‘କେଜିଏଫ-୧’ ମୁକ୍ତିଲାଭ କରିଥିବା ବେଳେ ଏହାକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ସେବେଠାରୁ ଫିଲ୍ମର ସେକେଣ୍ଡ ପାର୍ଟ ପାଇଁ ଅପେକ୍ଷା କରିଥିଲେ। ତେବେ ଆଉ ମାତ୍ର କେତେଟା ଘଣ୍ଟା ପରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି।

Share