ଅଭିନୟ କରୁକରୁ ପ୍ରେମରେ ପଡ଼ିଥିଲେ କେଜିଏଫ୍‌ ଷ୍ଟାର: କିଛି ଏଭଳି ଥିଲା ଲଭ୍‌ଷ୍ଟୋରୀ

ବମ୍ବେ: କନ୍ନଡ ଫିଲ୍ମଜଗତର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ଅଭିନେତା ୟଶ ଜଣେ। ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ‘କେଜିଏଫ୍‌ ଚାପ୍ଟର ୧’ ତାଙ୍କୁ ଖ୍ୟାତି ଦେଇଥିଲା। ଏବେ ସେ କେଜିଏଫ୍‌ ଷ୍ଟାର ଭାବେ ପରିଚିତ। ହେଲେ ତାଙ୍କର ପ୍ରକୃତ ନାମ ନବୀନ କୁମାର ଗୋବଡା।

ୟଶ ନିଜ ଡେବ୍ୟୁ ଫିଲ୍ମର ନାୟିକାଙ୍କ ହାତ ଧରିଛନ୍ତି। ୨୦୦୮ରେ ସେ ‘ମୋଗିନା ମନାସୁ’ ଫିଲ୍ମରୁ ଅଭିନୟ ଆରମ୍ଭ କରିଥିଲେ। ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ରାଧିକା ପଣ୍ଡିତ। ହେଲେ ଏହା ପୂର୍ବରୁ ୨୦୦୪ରେ ଏକ ଟେଲିଭିଜନ ଶୋ’ରେ ୟଶ ରାଧିକାଙ୍କୁ ଭେଟିଥିଲେ। ପ୍ରଥମ ଦେଖା ସେତେଟା ଭଲ ନ ଥିଲା ତାଙ୍କର। ୟଶଙ୍କୁ ବହୁତ ଗର୍ବି ବୋଲି ଭାବିଥିଲେ ରାଧିକା। ଏଣୁ ସେ ତାଙ୍କ ସହ କଥା ହୋଇ ନ ଥିଲେ।

ଫିଲ୍ମରେ ଏକାଠି କାମ କରିବା ସମୟରେ ଧିରେ ଧିରେ ଉଭୟ ନିକଟତର ହୋଇଥିଲେ। ଶୁଟିଂ ପାଇଁ ଗୋଟିଏ କ୍ୟାବ୍‌ ବୁକ୍‌ କରୁଥିଲେ ଉଭୟ। ପରସ୍ପରର ବନ୍ଧୁ ହେବା ପରେ ଜୀବନସାଥୀ ଭାବେ ଦୁହେଁ ଦୁହିଁଙ୍କୁ ବାଛିଥିଲେ। ଭ୍ୟାଲେଣ୍ଟାଇନ୍‌ ଡେରେ ୟଶ ପ୍ରପୋଜ୍‌ କରିବା ପରେ ହଁ କହିଥିଲେ ରାଧିକା।

୨୦୧୬ ଅଗଷ୍ଟରେ ଗୋଆରେ ଉଭୟ ନିର୍ବନ୍ଧ କରିଥିଲେ। ପରେ ସେହି ବର୍ଷ ଡିସେମ୍ବର ୯ରେ ବିବାହ କରିନେଇଥିଲେ। ବିବାହଟି ନିରାଡମ୍ବର ତିଲା। ଏହାର ଦୁଇବର୍ଷ ପରେ ୨୦୧୮ରେ ଉଭୟଙ୍କର ଝିଅ ଜନ୍ମ ହୋଇଥିଲା। ୨୦୧୯ରେ ଉଭୟ ପୁଣି ଥରେ ପିତାମାତା ହୋଇଛନ୍ତି।

Share