ପରଲୋକରେ କେଜିଏଫ୍‌-୨ ଅଭିନେତା ମୋହନ ଜୁନେଜା

ବେଙ୍ଗାଲୁରୁ: ପରଲୋକରେ କେଜିଏଫ୍‌ ଚାପ୍ଟର-୨ ଫିଲ୍ମର ଅଭିନେତା ମୋହନ ଜୁନେଜା। ଶନିବାର ସକାଳେ ତାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଯକୃତ ସମସ୍ୟାକୁ ନେଇ ଅସୁସ୍ଥ ଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ବୟସ ହୋଇଥିଲା।

ମୋହନ ଜୁନେଜା ହାସ୍ୟ ଅଭିନେତା ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୦୦ରୁ ଅଧିକ ତାମିଲ, ତେଲୁଗୁ, ମଲୟାଲମ ଏବଂ ହିନ୍ଦୀ ଭାଷାର ଫିଲ୍ମରେ କାମ କରିଛନ୍ତି। କେଜିଏଫ୍‌ ଚାପ୍ଟର-୧ ଏବଂ କେଜିଏଫ ଚାପ୍ଟର-୨ ଉଭୟରେ ନଜର ଆସିଥିଲେ ମୋହନ। ଖବରଦାତା ଆନନ୍ଦଙ୍କ ଇନଫର୍ମର ଭୂମିକାରେ ଅଭିନୟ କରିଥିଲେ ସେ। ହଠାତ ତାଙ୍କର ମୃତ୍ୟୁ ଖବର ପୂରା ଟଲିଉଡ ଜଗତକୁ ସ୍ତବ୍ଧ କରିଦେଇଛି। ତାଙ୍କ ପରିବାର ସହ ଚଳଚ୍ଚିତ୍ରଜଗତରେ ଶୋକର ଛାୟା ଖେଳି ଯାଇଛି।

Share