ତିନି ବର୍ଷ ଧରି କ୍ୟାନ୍‌ସର ସହ ଲଢ଼ୁଛନ୍ତି କିଜିଏଫ୍‌ର ‘କାସିମ୍‌ ଚାଚା’

ବମ୍ବେ: ତିନି ବର୍ଷ ହେଲାଣି କ୍ୟାନ୍‌ସର ସହ ଲଢ଼ୁଛନ୍ତି ସୁପରହିଟ୍‌ ଚଳଚ୍ଚିତ୍ର କେ.ଜି.ଏଫ୍‌ ୨ ଅଭିନେତା ହରିଶ ରାୟ। ବକ୍ସ ଅଫିସରେ ଏକାଧିକ ରେକର୍ଡ ଭାଙ୍ଗିଥିବା ଏହି ଫିଲ୍ମରେ କାସିମ ଚାଚା ଭୂମିକାରେ ନଜର ଆସିଥିଲେ ସେ। ତାଙ୍କର ଏହି ଭୂମିକାକୁ ଫିଲ୍ମ ସମୀକ୍ଷକ ବେଶ ପସନ୍ଦ କରିଥିଲେ। ହେଲେ ଏବେ ସେ ଥାଇରଏଡ କ୍ୟାନ୍‌ସରର ଚତୁର୍ଥ ଷ୍ଟେଜ୍‌ରେ ଥିବାରୁ ଆର୍ଥିକ ସହାୟତା ଲୋଡୁଛନ୍ତି।

ହରିଶଙ୍କର ପ୍ରତି ମାସରେ ତିନି ଲକ୍ଷ ଟଙ୍କାର ଔଷଧ ଖର୍ଚ୍ଚ ହେଉଛି। ନିକଟରେ ତାଙ୍କର ସର୍ଜରୀ ମଧ୍ୟ ହୋଇଛି। ଏକ ସାକ୍ଷାତକାରରେ ନିଜର କଷ୍ଟ ବିଷୟରେ ସେ କହିଛନ୍ତି ପରିସ୍ଥିତି କେବେ ଆପଣଙ୍କୁ ବହୁତ କିଛି ଦିଏ ତ କେବେ ବହୁତ କିଛି ନେଇଯାଏ। ଭାଗ୍ୟଠାରୁ ରକ୍ଷା ପାଇବାର ରାସ୍ତା ନାହିଁ। କ୍ୟାନ୍‌ସର ଯୋଗୁ ଫିଲ୍ମରେ ଦାଢ଼ି ରଖିଥିଲି। ଏବେ ଦିନକୁ ଦିନ ସ୍ବାସ୍ଥ୍ୟାବସ୍ଥା ବିଗୁଡ଼ୁଛି ବୋଲି ସେ କହିଛନ୍ତି।

Share