ସାଉଥ୍‌ ସିନେମାର ପ୍ରଥମ, ଗ୍ରୀସରେ ରିଲିଜ୍‌ ହେବ ଫିଲ୍ମ

ସାଉଥ୍‌ ସିନେମାର ରକିଂ ଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ‘କେଜିଏଫ୍‌-୨’କୁ ଅପେକ୍ଷା କରିଛନ୍ତି ଦର୍ଶକ। ଏହି ଫିଲ୍ମଟି ଆସନ୍ତା ୧୪ ରେ ମୁକ୍ତିଲାଭ କରିବାକୁ ଯାଉଛି । ଏବେ ଫିଲ୍ମ ବିଷୟରେ ବଡ ଖବର ଆସିଛି । ସାଉଥ୍‌ ସିନେମାର ପ୍ରଥମ ଫିଲ୍ମ ‘କେଜିଏଫ-୨’, ଯାହା ଗ୍ରୀସରେ ମଧ୍ୟ ମୁକ୍ତିଲାଭ କରିବ। ଅନେକ ଭାରତୀୟ ବିତରକ ଏବଂ କିଛି ମିଡିଆ ଜେନେରାଲ ଏହି ଖବର ସେମାନଙ୍କ ଟୁଇଟ୍‌ର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି । ଏହି ଟୁଇଟ୍‌ ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଫିଲ୍ମର କ୍ରେଜ୍‌ ବଢି ଚାଲିଛି। ତେବେ ୧୨ଘଣ୍ଟା ମଧ୍ୟରେ ବ୍ରିଟେନରେ ୫ ହଜାର ଟିକେଟ ଆଡଭାନ୍ସ ବୁକ୍‌ ହୋଇସାରିଥିବା ଜଣାପଡିଛି।

Share