ଜାଣନ୍ତୁ ସପ୍ତାହରେ କେତେ ଆୟ କରିଛି‘କେଜିଏଫ୍‌-୨’

ବହୁ ପ୍ରତୀକ୍ଷିତ ଫିଲ୍ମ‘କେଜିଏଫ୍‌-୨’ ଏପ୍ରିଲ ୧୪ରେ ରିଲିଜ୍‌ ହେବା ପରଠୁ ଦେଶରେ କୋଣ ଅନୁକୋଣରେ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଛି। ସିନେମା ହଲ୍‌ରେ ଦର୍ଶକଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳୁଛି। ଫିଲ୍ମଟି ଭଲ ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରୁଛି। ନିକଟରେ ଫିଲ୍ମଟି ସପ୍ତାହରେ ୨୬୮.୬୩ ରୋଜଗାର କରିବାରେ ସଫଳ ହୋଇଛି।
ସିନେମାରେ ଫିଲ୍ମ ଷ୍ଟାର୍‌ ୟଶଙ୍କ ସହ ସଞ୍ଜୟ ଦତ୍ତ, ଶ୍ରୀନିଧି ସେଟ୍ଟୀ, ରବିନା ଟଣ୍ଡନ ଏବଂ ପ୍ରକାଶ ରାଜ ଅଭିନୟ କରଛନ୍ତି। ଫିଲ୍ମଟି କନ୍ନଡ ସମେତ ତେଲୁଗୁ, ହିନ୍ଦୀ, ତାମିଲ ଏବଂ ମାଲାୟାଲମ ଭାଷାରେ ରିଲିଜ ହୋଇଛି। ଏହା ହେଉଛି ପ୍ରଥମ କନ୍ନଡ ସିନେମା ଯାହା ଆଇମାକ୍ସରେ ମୁକ୍ତିଲାଭ କରିଛି। ୨୦୧୮ରେ ‘କେଜିଏଫ-୧’ ମୁକ୍ତିଲାଭ କରିଥିବା ବେଳେ ଏହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ।

Share