କେଜିଏଫ୍‌,ଆର୍‌ଆର୍‌ଆର୍‌ ପରେ ରେକର୍ଡ କଲା ‘ପୋନ୍ନିୟିନ ସେଲଭନ’

ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭନ’ ସେପ୍ଟେମ୍ବର ୩୦ରେ ରିଲିଜ ହେବା ପରେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ଏବେ ବି ମଧ୍ୟ ଏହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ବର୍ତ୍ତମାନ ଏହି ଫିଲ୍ମଟି ୫୦୦ କୋଟିରେ ସାମିଲ ହୋଇଛି। ରଜନୀକାନ୍ତଙ୍କ ୨.୦ ପରେ ଏହା ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ତାମିଲ ଚଳଚ୍ଚିତ୍ର। ଏଥିସହ ଫିଲ୍ମଟି ବ୍ରହ୍ମାସ୍ତ୍ର, ବିକ୍ରମକୁ ମଧ୍ୟ ପଛରେ ପକାଇ ଚଳିତ ବର୍ଷ ତୃତୀୟ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି। ସେପ୍ଟେମ୍ବର ୩୦ରେ ରିଲିଜ ହୋଇଥିଲା। ଚୋଳ ସାମ୍ରାଜ୍ୟର କାହାଣୀକୁ ନେଇ ଫିଲ୍ମଟି ପରଦାକୁ ଆସିଥିଲା। ଫିଲ୍ମରେ ସାଉଥ୍‌ ସୁପରଷ୍ଟାର ବିକ୍ରମ ଚିଆନ, କାର୍ତ୍ତି ଏବଂ ତ୍ରିଶା କ୍ରିଷ୍ଣନ ଆଦି କଳାକାର ଅଛନ୍ତି। ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରୟ ବଚ୍ଚନ ଏହି ଫିଲ୍ମରେ ମାଧ୍ୟମରେ ସାଉଥ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଛନ୍ତି।

Share