ପାନ ମସଲା ବିଜ୍ଞାପନକୁ ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚାରେ ଅଭିନେତା

ବହୁ ପ୍ରତୀକ୍ଷିତ ଫିଲ୍ମ‘କେଜିଏଫ୍‌-୨ ରିଲିଜ୍‌ ହେବା ପରେ ଚର୍ଚ୍ଚାରେ ରକିଂ ଷ୍ଟାର୍‌ ୟଶ। ତାଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ନିକଟରେ ସେ ଏକ ମିଲିୟନ ଡଲାରର ପାନ ମସଲା ବିଜ୍ଞାପନକୁ ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚାରେ ଅଛନ୍ତି। ଅନେକ ଅଭିନେତାଙ୍କ ପରେ ୟଶ ମଧ୍ୟ ଶରୀର ପାଇଁ କ୍ଷତିକାରକ ଥିବା ଏହି ବିଜ୍ଞାପନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପାନ ମସଲା ବିଜ୍ଞାପନ କରୁଥିବା ଅଭିନେତାଙ୍କୁ ଫ୍ୟାନ୍ସ ସମାଲୋଚନା କରୁଛନ୍ତି । ସୋସିଆଲ ମିଡ଼ିଆରେ ଏହାକୁ ନେଇ ବିଶେଷ ଚର୍ଚ୍ଚା ହେଉଛି । ଏହି ସମସ୍ତ ଦିଗକୁ ନଜରରେ ରଖି ୟଶ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି।

Share